ସମ୍ବଲପୁର:ସମ୍ବଲପୁର ସହରର ବିକାଶ ପ୍ରକଳ୍ପ ହେବା ସ୍ୱାଗତଯୋଗ୍ୟ, ହେଲେ ସହରର ମୁଖ୍ୟ ରାସ୍ତା, (ନେଲସନ ମଣ୍ଡେଲା ଛକ ରୁ ଧୂଚୁରାପଡା ଛକ) ଦୀର୍ଘ ଦୁଇକିଲୋମିଟ ଲମ୍ବ ଫ୍ଲାଇଓଭର ନିର୍ମାଣ କରି ମୁଖ୍ୟ ରାସ୍ତା କୁ ସଂକୁଚିତ କରିଦେବା କେତେଦୂର ଠିକ ବୋଲି ସାମାଜିକ ଅନୁଷ୍ଠାନ ସକ୍ଷମ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି l ଯେତେବେଳେ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଚାଲିଥିଲା ଦୀର୍ଘ ୨ ବର୍ଷ ସମ୍ବଲପୁରବାସୀ ଯାହା ହଇରାଣ ହୋଇଛନ୍ତି, ତାହା ନକହିବା ଭଲ l ହେଲେ ଫ୍ଲାଇଓଭର ନିର୍ମାଣ ସରିଲା ପରେ ଫ୍ଲାଇଓଭର ତଳେ ଯାତାୟାତ କରୁଥିବା ଲୋକେ ଯାହା ହଇରାଣ ହେଉଛନ୍ତି ତାହା ନୁହେଁ, ବରଂ ଅନେକ ସ୍ଥାନରେ ପଥଚାରିଙ୍କ ହୋସ ଉଡିଯାଉଛି l ସେହି ସମୟରେ ଜିଲ୍ଲା ପ୍ରଶାସନ ଫ୍ଲାଇଓଭର ର ଉଭୟ ପାର୍ଶ୍ଵ ରେ ଗମନାଗମନ ପାଇଁ ପ୍ରଶସ୍ତ ରାସ୍ତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ଯାହା ପାଣିରଗାର ପାଲଟିଛି lଚାରି ଚକିଆ ଯାନ ବିଷୟ ଛାଡ଼ନ୍ତୁ ଦୁଇ ଚକିଆ ଯାନ ଗଲା ବେଳେ ମଧ୍ୟ ବେଳେବେଳେ ରାସ୍ତା ଜାମ ହେଉଥିବା ନଜର କୁ ଆସୁଛି l ସେଥିରେ ପୁଣି ସେହି ରାସ୍ତା ରେ ସହରବାସୀ ଙ୍କର ସୁବିଧା ପାଇଁ “ମୋ ବସ” ଚଳାଚଳ ଚାଲିଛି l ପ୍ରାୟତଃ ଏହି ରାସ୍ତା ରେ ଯାତାୟାତ ସମୟରେ ଅନେକ ସ୍ଥାନରେ ଗାଡି ଅଟକି ଯାଉଛି, କେବେ କେଉଁଠି “ମୋ ବସ” ରାସ୍ତା ରେ ଗଲାବେଳେ ଅଣନିଶ୍ୱାସୀ ହୋଇଯାଉଥିବା ଅନୁଭବ ହେଉଛି l ଏହି ସବୁ ସମସ୍ୟା ବିଷୟରେ ଦେଖି ଜାଣି ଜିଲ୍ଲା ପ୍ରଶାସନ ତଥା ମହାନଗର ନିଗମ ଓ ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା ସାଜୁଥିବା ଦୁର୍ଭାଗ୍ୟ ର ବିଷୟ l
ଏହି ସବୁ ସମସ୍ୟା କୁ ଗୁରୁତ୍ୱର ସହ ବିଚାର ପୂର୍ବକ ନେଲସନ ମଣ୍ଡେଲା ଛକ ରୁ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଛକ ( ଜି.ଏମ. କଲେଜ ଛକ ) ରାସ୍ତା କୁ ସହରବାସୀ ଙ୍କର ସୁଗମନାଗମନ ପାଇଁ ପ୍ରଶସ୍ତ କରାଯାଉ ବୋଲି ଦାବି ଉଠୁଛିl ଯଦ୍ୱାରା ମୋ ବସ ହେଉ କି ଅନ୍ୟ ଛୋଟ ବଡ଼ ଯାନ ହେଉ ସୁବିଧାରେ ଏହି ପ୍ରମୁଖ ରାସ୍ତା ରେ ଯାତାୟାତ କରିପାରିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି l