Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ର ଦୁଇ ପଞ୍ଚାୟତ ଠାରେ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ।

କଳାହାଣ୍ଡି:୩୦/୦୮
କୋକସରା ବ୍ଲକ ରେଙ୍ଗାଳପାଲି, କାଶିବାହଲ ଗ୍ରାମ ପଞ୍ଚାୟତ ର ସଭାଗୃହରେ ସ୍ୱେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଓ ଏସବିଆଇ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ସଚେତନତା ଓ ଓ ପରାମର୍ଶ ଶିବିର କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଡିଜିଟାଲ,ଆଇନଗତ, ଆର୍ଥିକ ଶିକ୍ଷା ସଚେତନତା ଉପରେ ଆଲୋଚନା ଚକ୍ର ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମ କୁ କଳିଙ୍ଗ କୁସୁମ ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଗଜାନନ ନିଆଁଲ, ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ପିଇଓ ବିରଞ୍ଚି ଖର୍ସେଲ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ ହେବାସହ ରୋଜଗାର କ୍ଷମ ହେବାକୁ ଏହି ସଂସ୍ଥା ସହ ଜଡିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଏସବିଆଇ ଫାଉଣ୍ଡେସନ ର ଅଧିକାରୀ ମାନେ ବିଭିନ୍ନ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଉପରେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ଏମବିକେ, ସିଆରପି, ବ୍ୟାଙ୍କମିତ୍ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ