ମହୁଲପାଲି ହାଇସ୍କୁଲରେ ମେହେର ଜୟନ୍ତୀ ଓ ମେଗା ବୃକ୍ଷ ରୋପଣ


ସମ୍ବଲପୁର: ବାମରା ବ୍ଲକ ମହୁଲପାଲି ସ୍ଥିତ ହାଇ ସ୍କୁଲ ସଭା କାଶରେ ଆଜି ସ୍ୱଭାବ କଵି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଓ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶିଷ୍ଟ ପରିବେଶ ବିତ୍ତ ଓ ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେହେର ସାହିତ୍ୟରେ ପ୍ରକୃତି ଚିତ୍ରଣ ବେଶ ଜୀବନ୍ତ ବୋଲି ମତା ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟ ବକ୍ତା ଓ ଭାତପୁରା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଓ ଉଦ୍ୟାନବିତ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାତୃ ଭୂମି, ମାତୃଭାଷା ର ସେବା ସହ ପ୍ରକୃତି ର ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ। ଏହା ପରେ ମେଗା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ମନୋଜ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବ କିସାନ, ତୁଳସୀ ଲାକଡା, ଶିବାଞ୍ଜଳି ଅଟ୍ଟୀ, ସୁପ୍ରିୟା ପଟେଲ ପ୍ରମୁଖ ମଂଚାସୀନ ଥିବା ବେଳେ ଆଲୋକ ପଟେଲ ଅତିଥି ପରିଚୟ ଓ ସଂଜୀବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର ବେହେରା ଓ ବର୍ଷା ସୁନାନୀ ପରିଚାଳନା କରିଥିଲେ ।