Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଆଞ୍ଚଲିକ୍ ନୂଆଁଖାଇ ଭେଟ୍ ଘାଟ୍ ତିହାର୍ ୨୦୨୪

ସମ୍ବଲପୁର:ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ କମିଟି ର ସଦସ୍ୟ ତଥା ପଦାଧିକାରୀ ସମସ୍ତେ ମାଁ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରେ ଏକତ୍ରିତ ହୋଇ ଥିଲେ। ଏହା ପରେ କମିଟି ତରଫରୁ ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ରେ ଆଗାମୀ ୧୪ ଓ ୧୫ ସେପ୍ଟେମ୍ୱର ୨୦୨୪ ରେ ପାଳିତ ହେବାକୁ ଥିବା “ନୁଆଁଖାଇ ଭେଟ୍ ଘାଟ୍” କାର୍ଯ୍ୟକ୍ରମ “ଜିଇଁ ଥିଲେଁ ବରଷେ” ପାଇଁ ଶୁଭ ମନାସି ସମଲେଶ୍ଵରୀ ମନ୍ଦିର ରେ ମାଁ ସମଲେଶ୍ଵରୀ ଙ୍କ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ମାଁ ଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇ ଥିଲା। ତା ପରେ ମନ୍ଦିର ର ମୁଖ୍ୟ ପୂଜକ ଶ୍ରୀ ଅମ୍ବିକା ରାୟ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମ ରେ ସଂଯୋଜକ ଦେବାଶିଷ ପୁରୋହିତ, ସହ ସଂଯୋଜକ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ଉପସଭାପତି ଶ୍ରୀ ସଞ୍ଜୀବ ପାଢ଼ୀ, ସହ ସମ୍ପାଦକ ସୁରଜ କୁମାର ଗୁରୁ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ରାୟଗୁରୁ, ସହ କୋଷାଧ୍ୟକ୍ଷ ଶ୍ରୀ ଚୈତନ୍ୟ ନାୟକ, ମିଡ଼ିଆ ସଂଯୋଜକ ଶ୍ରୀ ସଞ୍ଜୀବ ପାଣଗ୍ରାହୀ, ଓ ଉମାଶିସ୍ ବାଗ୍ ପ୍ରମୁଖ ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ