Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷିକୂଲ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ପ୍ରକୃତି କଵି ଗଙ୍ଗାଧରଙ୍କ ଜୟନ୍ତୀ ଓ ବୃକ୍ଷ ରୋପଣ

ସମ୍ବଲପୁର:କୁଚିଣ୍ଡା ବ୍ଲକ କୁନ୍ତରା ନିକଟସ୍ଥ ଋଷିକୂଲ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ର ରାଷ୍ଟ୍ରପତି ପୁରସ୍କୃତ ପ୍ରଧାନ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ସଭାପତିତ୍ୱରେ ସ୍ୱଭାବ ଓ ପ୍ରକୃତି କଵି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ସହ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏଥି ରେ ବିଶିଷ୍ଟ ପରିବେଶବିତ ତଥା ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ପରମ୍ପରା ରେ ବୃକ୍ଷ ଓ ବନ୍ୟପ୍ରାଣୀ କୁ କିପରି ପୂଜ୍ୟ କରାଯାଇଛି ତାହା ବର୍ଣ୍ଣନା କରିଥିଲେ ।ସେ ତାଙ୍କ ଭାଷଣରେ ଗଙ୍ଗାଧର ସାହିତ୍ୟରେ ପ୍ରକୃତି ବର୍ଣ୍ଣନା ଉପରେ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ ଓ ସାମାଜିକ କର୍ମୀ ସରୋଜ ମେହେର ଯୋଗ ଦେଇ ଥିଲେ। ଏହି ଅବସରରେ ଋଷିକୂଲ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ଉତ୍ତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ଏପରି ପ୍ରକୃତି ସୁରକ୍ଷା ଅବ୍ୟାହତ ରଖିବାକୁ ଅନୁରୋଧ କରି ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବାଙ୍କେ ସରପଞ୍ଚ ପିଙ୍କି ନାଏକ ଓ ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଡିଲେଶ୍ୱର ସାହୁ ପ୍ରକୃତି କଵି ଗଙ୍ଗା ଧର ଙ୍କ ସାହିତ୍ୟ ଓ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ କଵି ଗଙ୍ଗାଧର ଓ ପ୍ରଭୁ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ବସନ୍ତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଅତିଥି ମାନଙ୍କ ସହ ଗୀତା କିସାନ,ସୁବ୍ରତ ମାଝୀ ଆଦିଙ୍କ ପରିଚାଳନାରେ ଛାତ୍ର ଛାତ୍ରୀ ଗଣ ଶତାଧିକ ଚାରା ରୋପଣ କରିଥିଲେ ।ସମସ୍ତ ନିଜ ଜନ୍ମ ଦିନ ଓ ସ୍ମରଣୀୟ ଦିବସରେ ଚାରା ରୋପଣ କରି ତାକୁ ବଞ୍ଚାଇ ରଖିବାକୁ ଶପଥ ପାଠ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ