Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମିନୀ ବଡ଼ପଣ୍ଡା ଏବଂ ଜଟା ଭୂଷଣ ସାହୁ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର: ସ୍ଥାନୀୟ ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା I ବୁଢାରଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ତା.୧୮.୦୭. ୨୦୧୭ ମସିହାରେ ଯୋଗଦେଇଥିଲେ ଶ୍ରୀମତୀ ପଦ୍ମିନୀ ବଡ଼ପଣ୍ଡା I ଦୀର୍ଘ ୭ ବର୍ଷ ର ଶିକ୍ଷକତା ପରେ ଗତ ତା. ୩୧.୦୩.୨୦୨୪ ମସିହାରେ ନିଜ ସରକାରୀ ଚାକରି ଜୀବନ ରୁ ଅବସର ଗ୍ରହଣ କରିଥିଲେ I ଅନ୍ୟତମ ବ୍ୟକ୍ତିତ୍ୱ ଶ୍ରୀ ଜଟା ଭୂଷଣ ସାହୁ ତା.୦୬.୧୨.୧୯୮୯ ମସିହାରେ ବିଦ୍ୟାଳୟ ରେ କିରାଣୀ ଭାବେ ଯୋଗଦେଇଥିଲେ I ଦୀର୍ଘ ୩୧ ବର୍ଷ ପର୍ଯ୍ୟନ୍ତ ନିରବଛୀନ୍ନ ଏବଂ ନିସ୍ଵାର୍ଥପର ସେବା ଦେଇ ଆସିଥିବା ଶ୍ରୀ ସାହୁ ୨୧.୧୦.୨୦୨୧ ମସିହାରେ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର କୁ ବଦଳି ହୋଇ ଯାଇଥିଲେ I ସେଠାରୁ ରୁ ଶ୍ରୀ ସାହୁ ତା. ୩୧.୦୭.୨୦୨୪ ମସିହା ଦିନ ନିଜ ସରକାରୀ କାର୍ଯ୍ୟ ରୁ ଅବସର ନେଇଛନ୍ତି I ଉଭୟ ବ୍ୟକ୍ତିତ୍ୱ ଙ୍କୁ ଆଜି ବିଦ୍ୟାଳୟ ଠାରେ ମାନପତ୍ର ତଥା ସୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଶିକ୍ଷକ ପୁଷ୍ପାରାଣୀ ସାହୁ, ଜୟନ୍ତୀ ହୋତା, ପ୍ରଦୀପ କୁମାର ସାହୁ ଏବଂ ତନୟ ପ୍ରଧାନ ଏବଂ ପାଞ୍ଚ ଜଣ ଛାତ୍ର ନିଜର ବକ୍ତବ୍ୟ ମାଧ୍ୟମରେ ଉଭୟ ଶ୍ରୀମତୀ ବଡ଼ପଣ୍ଡା ଏବଂ ଶ୍ରୀ ସାହୁ ଙ୍କ ଚାକିରୀ ଜୀବନରେ ବିଦ୍ୟାଳୟ ପ୍ରତି ଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ I ଅର୍ଣ୍ଣପୂର୍ଣ୍ଣା ପୂଜାରୀ ଏବଂ ଦେବଶ୍ରୀ ଦେହୁରୀ ମାନପତ୍ର ପାଠ କରିଥିଲେ I ସଭାକାର୍ଯ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀ ଙ୍କ ଅଧକ୍ଷତା ରେ ପରିଚାଳିତ ହୋଇଥିଲା I ଶିକ୍ଷୟତ୍ରୀ ପଙ୍କଜିନୀ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ I ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ସଭାରେ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ