Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସି ତାମସ୍ମିତା ନାଏକ ଯୋଗ ଦେଇ ପତାକା ଉତ୍ତୋଳନ କରି ସହର ର ବିକାଶ ପାଇଁ ସମସ୍ତ ଙ୍କ ସହାଯୋଗ ଲୋଡିଥିଲେ। ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ତଥା ତରଭା ବିଡ଼ିଓ ଅନିଲ କୁଲ୍ଲୁ, ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ , ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ଅଭିମନ୍ୟୁ କୁଶଳ, ସାଂସଦ ପ୍ରତିନିଧି ଶିବରାମ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରେଷ୍ଠ ସ୍ୱଚ୍ଛ ସାଥୀ, ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାଉନସିଲର୍ ଓ ସହରର ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସାମ୍ୱାଦିକ, ପୌର କର୍ମଚାରୀ ଙ୍କ ସମେତ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରଯାଇଥିବା ବେଳେ ସୋନପୁର କଲେଜ୍ ଏନସିସି, ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ମହାରାଜା ହାଇସ୍କୁଲ ଏନସିସି ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ