Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ, ବିଭିନ୍ନ ମହାଲରେ ଶୋକ

ସମ୍ବଲପୁର:ସମ୍ବଲପୁର ବିଧାନସଭା ଆସନର ପୂର୍ବତନ ବିଧାୟକ ଅଶ୍ୱିନୀ କୁମାର ଗୁରୁଙ୍କ ପରଲୋକ ହୋଇଯାଇଛିl ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ ସେ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି l ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶୋକ ପ୍ରକାଶ କରିସ୍ବର୍ଗତ ଗୁରୁଙ୍କ ଅମର ଆତ୍ମାର ଶାନ୍ତି କାମନା କରି ପରିବାର ବର୍ଗଙ୍କୁ ଏଭଳି ଅସମୟରେ ଧର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ ସୁରେଶ୍ୱର ମିଶ୍ର, ରାଜେନ୍ଦ୍ର ଛତ୍ରିଆ,ଦୁର୍ଗା ପାଢ଼ୀ,ଶୋଭାରାମ ପ୍ରଧାନ, ସୁବୋଧ କୁମାର ବେହେରା ପ୍ରମୁଖ ନେତୃ ସ୍ଥାନୀୟ ପୂର୍ବତନ ସମ୍ବଲପୁର ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅମର ଆତ୍ମା ସତଗତି ପାଇଁ କାମନା କରିଛନ୍ତି I