Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ

ସମ୍ବଲପୁର, ତା. ୦୧.୦୯: ସମ୍ବଲପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ୱିନୀ ଗୁରୁଙ୍କ ବିୟୋଗରେ ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଜଣେ କଂଗ୍ରେସ ନେତା ଭାବେ ସ୍ବର୍ଗତ ଗୁରୁଙ୍କ , ମିଷ୍ଟଭାଷl, ସମାଜସେବl ଓ ପରୋପକାରୀ ଚିନ୍ତାଧାରା ପାଇଁ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେl ତାଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଏକ ମଧୁମୟ ସମୟ ବୋଲି ଶ୍ରୀ ଆଚାର୍ଯ୍ୟ ଅବିହିତ କରିଛନ୍ତିl ସ୍ବର୍ଗତ ଗୁରୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀ ଆଚାର୍ଯ୍ୟ ଗଭୀର ସମବେଦନା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ