Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟତା ଓ ଦେଶପ୍ରେମ ଭାବ ଶିଖ,ସାହସୀ ହୁଅ

ସମ୍ବଲପୁର:ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଅଷ୍ଟାଙ୍ଗ ଯୋଗ ର ମୁଦ୍ରା ପ୍ରଦର୍ଶନ କରିଥିଲେ।ପରେ ପରେ ପ୍ରାକ୍ତନ ଶିକ୍ଷକ ଶ୍ରୀ ହାରିନାରାଣ ପଣ୍ଡା ସାହସ ପ୍ରସଙ୍ଗ ଉପରେ ତାଙ୍କର ଆଲୋଚନା ଆରମ୍ଭ କରି ସମସ୍ତେ ସାହସୀ ହେବାକୁ କହିଥିଲେ।ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ପ୍ରୋଫାସର କାମଦେବ ସାହୁ ଦଳଗତ ଆଲୋଚନା ଆରମ୍ଭ କରି ପୁଥିବୀ ର ବିଭିନ୍ନ ଦେଶପ୍ରେମୀ ଓ ଜାତୀୟତାବାଦୀ ମହା ପୁରୁଷ ମାନଙ୍କ ଜୀବନୀ ଉପରେ ପ୍ରତକ୍ଷ ଆଲୋଚନା କରି ପିଲାଙ୍କୁ ସେମାନଙ୍କ ଆ ଦର୍ଶ ରେ ଅନୁପ୍ରାଣତିତ ହୋଇ ଦେଶ କୁ ଭଲ ପାଇବାକୁ ଆହ୍ୱାନ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ସଞ୍ଚାଳକ ରାଜେନ୍ଦ୍ର ପଣ୍ଡା ପରିଚାଳନା କରିଥିବା ବେଳେ ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ପ୍ରଶିକ୍ଷଣ ଶିବିର ରେ ପ୍ରୋଫାସର ଅଦିତ୍ୟ ପ୍ରସାଦ ପାଢ଼ୀ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ପ୍ରୋଫାସର ଶଙ୍କର ପତି,ପୃଥୀରାଜ ମିଶ୍ର,,ଉଦିତ ପାଟଯୋଶୀ ,ଦୀପାଳି ଚୌଧୁରୀ, ଓ ମନୋଜ କୁମାର ନାଥ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ