Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହୟୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା କୋଶଳ ଆବାସିକ ବିଦ୍ୟାଳୟ ବୌଦ୍ଧିକ ମଣ୍ଡପରେ ପତ୍ଞ୍ଜଳୀ ଭାରତ ସ୍ବାଭିମାନ ନ୍ୟାସ ହରିଦ୍ଵାର ନିର୍ଦ୍ଦେଶରେ ସହୟୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗ ସମିତି ସଭାପତି ଗୋପାଳ ନେଗୀ ଓ ମହିଳା ପ୍ରଭାରୀ ସବିତା ପଟ୍ଟନାୟକ ଭାରତ ମାତାଙ୍କ ସମ୍ମୁଖରେ ଦୀପ ପ୍ରଜଳନ କରି ଶିବିର କୁ ଆରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୋଗ ଶିକ୍ଷକ ଉଭୟ ଲିଖିତ ଓ ଶାରୀରିକ ପରୀକ୍ଷା ରେ ଭାଗ ନେଇଥିଲେ। ଆଗାମୀ ଦିନରେ ଯୋଗ, ଆସନ ଓ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ମଣିଷର ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ହେବ ବୋଲି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ଗୋପାଳ ନେଗୀ କହିଥିଲେ। ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା, କୋଶଳ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପରମାନନ୍ଦ ନାଏକ, ଜିଲ୍ଲା ଯୁବ ଭାରତ ପ୍ରଭାରୀ ବିଶ୍ୱଜିତ୍ ଚାନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଂପାଦକ ସଞ୍ଜୟ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ କୋଶଳ ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ, ବାଦ୍ୟ ପରିବେଷଣ କରାଯାଇଥିଲା।