Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଗ୍ରାମରେ ଉଦଘାଟିତ ହେଲା ନୂତନ ସାପ୍ତାହିକ ବଜାର, ପଞ୍ଚାୟତ ଅଞ୍ଚଳ ରେ ଖୁସି ର ଲହରୀ।

କଳାହାଣ୍ଡି:୦୧/୦୯(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଚାରିଛକ ରେ ରବିବାର ନୂତନ ସାପ୍ତାହିକ ବଜାର ଉଦଘାଟନ ହୋଇ ଯାଇଛି। ଗମ୍ଭାରୀଗୁଡା ପଞ୍ଚାୟତ ଅଞ୍ଚଳ ର ଲୋକଙ୍କ ଦାବି କୁ ରଖି ଗ୍ରାମ ପଞ୍ଚାୟତ ପକ୍ଷରୁ ଓଲମା ଗ୍ରାମ ଠାରେ ସାପ୍ତାହିକ ବଜାର ଉଦଘାଟନ କରାଯାଇଛି।ପୂର୍ବରୁ ଏହି ପଞ୍ଚାୟତ ବାସୀ ଙ୍କୁ ସାପ୍ତାହିକ ବଜାର ପାଇଁ କୋକସରା, ଲଡୁଗାଁ ବଜାର ଉପରେ ନିର୍ଭର କରିବାକୁ ପଡୁଥିଲା। ରବିବାର ସାପ୍ତାହିକ ବଜାର ଉଦଘାଟନ ଅବସର ରେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜନ ହୋଇଥିଲା। ଏହି ସାପ୍ତାହିକ ବଜାର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଯୋଗଦେଇ ସାପ୍ତାହିକ ବଜାର କୁ ଅଞ୍ଚଳ ର ଜନ ସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବଜାର କମିଟି ର ଉପ ସଭାପତି ବଳରାମ ସାଗର,ସମ୍ପାଦକ ଲଛମନ ନାଏକ,ବରିଷ୍ଠ ଶିକ୍ଷାବିଦ ସୁଧୀର କୁମାର ପଣ୍ଡା, କୋକସରା ଅଧ୍ୟକ୍ଷ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଉପେନ୍ଦ୍ର ସାହୁ, ବିଜେପି ନେତା ତ୍ରିନାଥ ଶବର, ସଦସ୍ୟ ଚୈତନ୍ୟ ଲହଜଳ, ଜୟ ଶଙ୍କର ପଟେଲ, ସିଧେଶ୍ୱର ନାଏକ,ପବିତ୍ର ମାଝୀ ସନାତନ ବେମାଲ,ପ୍ରମୋଦ ପଣ୍ଡା, ଦିଲୀପ ସାହୁ,ଗୋପୀନାଥ ପଣ୍ଡା, ଜୟସେନ ମାଝୀ,ଦୁଷ୍ମନ୍ତ ବାଗ, ବସନ୍ତ ନାଗ,ଦିଲୀପ କୁମାର ପଟ୍ଟନାୟକ, କଣ୍ଠ ରାଉତ, ଚନ୍ଦ୍ରହାସ୍ୟ ରାଉତ ଉପସ୍ଥିତ ରହି ନୂତନ ଭାବେ ଆଜିଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ବଜାର କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରିଚାଳନା କରିବା ପାଇଁ ଅଞ୍ଚଳ ର ଜନ ସାଧାରଣ ଙ୍କ ନିକଟରେ ସହଯୋଗ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories