Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗରେ ବୁର୍ଲା ପୁରାତନ ଛାତ୍ର ସଂସଦର ଶୋକ ବାର୍ତ୍ତା

ଚିପିଲିମା,ବୁର୍ଲା ହାଇସ୍କୁଲର ଗର୍ବ ଓ ଗୌରବ ୧୯୬୯ ଦଳର ୭୧ବର୍ଷିୟ ପୁରାତନ ଛାତ୍ର ଅଶ୍ଵିନୀ ଗୁରୁଙ୍କ ତାଙ୍କ ବ୍ରଜରାଜ ନଗର ସ୍ଥିତ ହରିଓଁ ବାସ ଭବନରେ ଗତ ଭୋର‌ ସକାଳ ୪ଟା ସମୟରେ ହୃଦଘାତରେ ପରଲୋକ‌ ଘଟିଛି।ଏହି ଖବର ପ୍ରଚାର ହେଲାପରେ ବୁର୍ଲା ହାଇସ୍କୁଲର ପୁରାତନ ଛାତ୍ର ସଂସଦ ମହଲରେ ଗଭୀର ଶୋକ ଛାୟା ଦ୍ରୁତ‌ ବେଗରେ ଖେଳାଇ ଯାଇଛି।ସେ ବୁର୍ଲା ପୁରାତନ ଛାତ୍ର ସଂସଦର ସମର୍ପିତ ଆଜୀବନ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ।ପ୍ରତି ବର୍ଷ ବନ୍ଧୁ ମିଳନ ଉତ୍ସବରେ ଯୋଗଦାନ କରି ସଭା ମଞ୍ଚ ମଣ୍ଡନ କରୁଥିଲେ।ଛାତ୍ର ଜୀବନରୁ ସେ ସକ୍ରିୟ ରାଜନୀତିରେ ପାଦ ଥାପି ଅନେକ ସଂଗଠନ ସହ ଜଡିତ ଥିଲେ।ଗଙ୍ଗାଧର ମେହେର କଲେଜରେ
ତତ୍କାଳୀନ ଛାତ୍ର ସଂଘର ସମ୍ପାଦକ‌ ପଦବୀ ମଣ୍ଡନ କରି
ଅନେକ ସୁନାମ ସାଉଣ୍ଟି ପରି ଶେଷରେ ମର୍ଯଦା ପୂର୍ଣ୍ଣ ସମ୍ବଲପୁର ବିଧାନ ସଭାନିର୍ବାଚନ ମଣ୍ଡଳିରୁ କଂଗ୍ରେସ ଟିକଟ ପାଇ ମାନ୍ୟବର ବିଧାୟକ ପଦରେ ଅଧିଷ୍ପିତ ହୋଇ ଯୁବ ବିଧାୟକ ଭାବେ ନୂତନ ପରିଚୟ ସୃଷ୍ଟି କରିପାରି ଥିଲେ।ସେ ଜଣେ ସତ୍ୟନିଷ୍ଠ ସ୍ପଷ୍ଟବାଦୀ ,ନ୍ୟାୟବନ୍ତ,ମିଷ୍ଟଭିଷୀ,ମେଳାପୀ , ସଂଗ୍ରାମୀ ,ଜନପ୍ରିୟ ନେତା ଭାବେ ସୁଖ୍ୟାତୀ ଅର୍ଜନ‌କରି ଥିଲେ।ସେ ୨୦୧୮ରୁ୨୦୨୨ ଯାଏଁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ଏହି ପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ବକୁ ହରାଇ ପୁରାତନ ଛାତ୍ର ସଂସଦ ଗଭୀର ଶୋକ ପ୍ରକଟ କରିବା‌ ସହ ତାଙ୍କ ବିଗତ ଦିନର ସ୍ମୃତି ଚାରଣ କରି ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମା ସମଲେସ୍ୱରି ସାହା ହୁଅନ୍ତୁ ବୋଲି ପ୍ରାର୍ଥନା କରି ମହା‌ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ।