Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ପକ୍ଷରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ:ସେବାହିଁ ବ୍ୟକ୍ତିତ୍ୱର ପରିଚୟ

ଭୁବନେଶ୍ୱର:ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ଅର୍ଥାତ ସେବାହିଁ ବ୍ୟକ୍ତିତ୍ୱର ପରିଚୟ ତୋଳିଥାଏ ବୋଲି ଆଜି ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଵକ୍ତା ମାନେ କହିଛନ୍ତିl
ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହି ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ଟ୍ରଷ୍ଟର ସର୍ବ ଭାରତୀୟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ସ୍ୱାଗତ ଭାଷଣ ଦେଇ ପ୍ରକୃତି, ସଂସ୍କୃତି ଓ ମାନବ ଅଧିକାର ନେଇ ଟ୍ରଷ୍ଟର ଦୀର୍ଘ ମିଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରି ଆଗାମୀ ସକାଳରେ ଟ୍ରଷ୍ଟକୁ ସାମାଜିକ କାର୍ଯ୍ୟ କ୍ଷେତ୍ର ରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାର ଯୋଜନା ସମ୍ପର୍କରେ କହିଥିଲେ ଲ ଅନ୍ୟମାନଙ୍କ ମଧ୍ୟରେ ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ -ମୁଖ୍ୟବକ୍ତା,ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ପୂର୍ବତନ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ବିଶିଷ୍ଟ ସଂଗୀତଞ୍ଜ ତଥା ସମାଜସେବୀ ସୁସ୍ମିତା ଦାଶ, ଟ୍ରଷ୍ଟର ରାଷ୍ଟ୍ରୀୟ ସଂଯୋଜିକା ଭାରତୀ ଦାଶ, ରାଜ୍ୟ ସଭାନେତ୍ରୀ ସାଗରୀକା ମହାନ୍ତି, ଯୁବ ସମଜସେବୀ ତ୍ରିନାଥ ବିଶ୍ୱାଳ, ସମାଜସେବୀ ପ୍ରଶାନ୍ତ କୁମାର ବଡ଼ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ସେବାକୁ ନିଜର ମନ୍ତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ l ଏଥିରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ା. ରାଜାରାମ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମକୁ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ l ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଭାଧାରୀ ଙ୍କୁ ଉତ୍ତରୀୟ ଓ ମଡେଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହାର ଶୁଭାରମ୍ଭ କରାଯାଇଥିଲା l ଏହି ଅବସରରେ ଶିଶୁ ଶିଳ୍ପୀ ରାଜଲକ୍ଷ୍ମୀ ସେନାପତି, ଶ୍ରୀମାନ ଖୁଣ୍ଟିଆ, ପବିତ୍ର ପ୍ରିୟ ଦର୍ଶିନୀ ଦାସ ପ୍ରମୁଖ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶେଷରେ ଜ୍ଞlନ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories