Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଥି ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠା ଦିବସ

ସମ୍ବଲପୁର:ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଥୀ ଚାରିଟେବଲ ଟ୍ରଷ୍ଟ ର ପ୍ରଥମ ପ୍ରତିଷ୍ଠା ଦିବସ ରବିବାର ଆୟୋଜିତ ହୋଇଯାଇଛି I ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ନାରୀସେବା ସଦରରେ ଆୟୋଜିତ କାର୍ଯ୍ୟକ୍ରମରେ ହୃଦ୍‌ରୋଗ ବିଶେଷଜ୍ଞ ଡା. ବ୍ୟୋମକେଶ ଦୀକ୍ଷିତଙ୍କୁ ସମ୍ବନ୍ଧିତ କରାଯାଇଥିଲା I ଟ୍ରଷ୍ଟ ସଭାପତି ଶତ୍ରୁଘ୍ନଲାଲ ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଭୁବନେଶ୍ବରର ହୃଦ୍‌ରୋଗ ବିଶେଷଜ୍ଞ ଡା. ଦୀକ୍ଷିତ, ରାୟପୁର ସଞ୍ଜୀବନୀ ହସ୍ପିଟାଲ କର୍କଟ ରୋଗ ବିଶେଷଜ୍ଞ ଡା. ଅର୍ପଣ ଚର୍ତୁମୋହତା, ଗୋପାଲଜୀ ମଠର ମହନ୍ତ ହୃଷିକେଶ ଦାସଜୀ ମହାରାଜ, ଜ଼ିଲ୍ଲା ଓକିଲ ସଂଘ ସଭାପତି ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସଭାପତି ପ୍ରମୋଦ ରଥ, ଟ୍ରଷ୍ଟ ର ଉପ ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ I ଏହି ଅବସରରେ ଡା. କବୀର ଦାସ ପୁରୋହିତ, ଡା. କାଞ୍ଚନ ରାୟ ଡା. ବିଶ୍ବନାଥ ମିଶ୍ର, ଡା. ବିବେକ ପଟେଲ, ଡା. ଦିଲୀପ ନନ୍ଦ, ସ୍ବରାଜ ଆନନ୍ଦ, ସମାଜସେବୀ ସତ୍ୟନାରାୟଣ ମେଣ୍ଡଲି, କ୍ରୀଡ଼ା ସଙ୍ଗଠକ ଦୁଲାଲ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ସମ୍ବନ୍ଧିତ କରାଯାଇଥିଲା I ସେହିଭଳି ସ୍ଵେଚ୍ଛାସେବୀ ଅନୁଷ୍ଠାନ ପରିଚୟ ହେଲ୍‌ଫି ହେଣ୍ଡ, କାହ୍ନା ଗୋ ସେବା, ସେବାକୁଞ୍ଜ, ରୋଟିବ୍ୟାଙ୍କ, ବାଲକିଶନ ପଟୱାରୀ ଟ୍ରଷ୍ଟକୁ ସମ୍ମାନିତ କରାଯାଇଥିଲା I ଅସହାୟଙ୍କୁ ଆତ୍ମନିର୍ଭର କରିବା ପାଇଁ ୩୫ଟି ସିଲାଇ ମେସିନ, ୧୦ଟି ୩ ଚକିଆ ସାଇକଲ ଓ ୧୦ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା I ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା ଓ ସମରଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ