Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ :ଜିଲ୍ଲାପାଳ ଚକ୍ଷୁଦାନ ପାଇଁ କଲେ ସ୍ଵାକ୍ଷର

ସମ୍ବଲପୁର: “ଜ୍ୟୋତି” ପକ୍ଷରୁ ଓଡ଼ିଶା ସାଂସ୍କୃତିକ ସମାଜ ସଭା କକ୍ଷରେ, ସଭାପତି ଡ: ପରେଶ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ୱରେ, “ଜାତୀୟ ଚକ୍ଷୁଦାନ ପକ୍ଷ “ପାଳିତ ହୋଇ ଯାଇଛିl ଏହି ଅବସରେ ସମ୍ବଲପୁର ଜିଲ୍ଲାପାଳ ନିଜର ଚକ୍ଷୁ ଦାନ କରିବାକୁ ସ୍ଵାକ୍ଷର କରି ନିଜର ମହାନୁଭବତା ଦେଖାଇଛନ୍ତିl ସଭା ପ୍ରାରମ୍ଭରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ, ସଂଗୀତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀ ବୈଠାରୁ ଏବଂ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଗଣ। ମୂଖ୍ଯ ଅତିଥି ଭାବରେ ଜିଲ୍ଲାପାଳ ଶିଦ୍ଧେଶ୍ୱର ବଲିରାମ ବୋନ୍ଦର ଯୋଗ ଦେଇ ଜ୍ୟୋତିର ମହତ୍ କାର୍ଯ୍ୟ ଗୁଡିକୁ ପ୍ରସଂଶିତ କରିବା ସହ, ଚକ୍ଷୁଦାନ ପ୍ରତିଜ୍ଞା ପତ୍ରରେ ସ୍ୱାକ୍ଷର କରିଥିଲେ। ମୂଖ୍ଯ ବକ୍ତା ଭାବରେ, ଚକ୍ଷୁ ବିଭାଗର ମୂଖ୍ଯ ପ୍ର:ଡା:ଜୟଶ୍ରୀ ଦୋରା ଯୋଗଦେଇ ମ୍ରୁତ୍ୟୁ ପରେ ଚକ୍ଷୁ ସଂଗ୍ରହ ଏବଂ ଚକ୍ଷୁ ରୋପଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବୋଲି କହିବା ସହ ଏହି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ସଂଯୋଜକ କଳ୍ପନା ମିଶ୍ର ପ୍ରାରମ୍ଭିକ ବକ୍ତବ୍ଯ ଉପସ୍ଥାପନା କରିଥିଲେ। ନିଃସ୍ୱାର୍ଥପର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ,
ମାଁ ଲିମସରିଏନ ଯୁବକ ସଂଘ କୁ “ଜ୍ୟୋତି ଶ୍ରୀ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା, ଏହାର ମାନପତ୍ର ପାଠ କରିଥିଲେ ଡ:ସତ୍ଯ ନାରାୟଣ ଠାକୁର। ମ୍ରୃତ୍ୟୁପରେ ଚକ୍ଷୁଦାନ କରିଥିବା ମ୍ରୁତବ୍ୟକ୍ତି ଙ୍କ ପରିବାର ବର୍ଗ ଙ୍କୁ “ଜ୍ୟୋତି ପ୍ରଭା” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା,, ଏହାର ମାନପତ୍ର ପାଠ କରିଥିଲେ ରାମାନୁଜ ପଣ୍ଡା। ଚକ୍ଷୁଦାନ ପ୍ରତିଜ୍ଞା ପତ୍ରରେ ସ୍ୱାକ୍ଷର କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଅଶୋକ ମିଶ୍ର। ସ୍କୁଲ କଲେଜର ଛାତ୍ରଛାତ୍ରୀ ଙ୍କ ନିମନ୍ତେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ର କ୍ରୁତୀ ପ୍ରତିଯୋଗୀ ଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା। ଏହାକୁ ପରିଚାଳନା କରିଥିଲେ, ଅଖିଳ ରଞ୍ଜନ ପଟନାୟକ ଓ ନବୀନ କିଷାନ୍। କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ବିବେକାନନ୍ଦ ମହାନ୍ତି, କୈଲାଶ ମିସ୍ତ୍ତୀ, ସୁକାନ୍ତ ବହିଦାର, ରବିନାରାୟଣ ନନ୍ଦ, ଶାନ୍ତନୁ ପାଢୀ, ବଦ୍ରି ନାରାୟଣ ହୋତା, ପ୍ରଫୁଲ୍ଲ ସାହାନୀ, ମନବୋଧ ତ୍ରିପାଠୀ, ଶେଷରେ ରତ୍ନ ଭୂଷଣ ପ୍ରୁଷେଠ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories