ଛାତ୍ର ଜୀବନରେ ଆଧ୍ୟାତ୍ମିକତାର ଗୁରୁତ୍ଵ ରହିଛି


ସମ୍ବଲପୁର,ତା:୦୨.୦୯.(ଆନିସ):ସୋମବାର ଦିନ ବରଗଡ଼ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଆଧ୍ୟାତ୍ମିକ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସରୋଜ ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଛାତ୍ର ଛାତ୍ରୀ ଓ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ।
ବର୍ତମାନ ଛାତ୍ର ଜୀବନରେ ଯେଉଁ ସମସ୍ୟା ର ସମ୍ମୁଖୀନ ହୋଇ ପଥଭ୍ରଷ୍ଟ ହେଉଛନ୍ତି ତାହା କେବଳ ଆଧ୍ୟାତ୍ମିକ ସଚେତନତା ଦ୍ଵାରା ସମାଧାନ ହୋଇ ପାରିବ ବୋଲି ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଉଦବୋଧନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇସ୍କନ ପ୍ରଚାରକ ସୁ ମଧୂର ଦାଶ,ଶୁକାନ୍ତ ଦାଶ, ଅଭିଜିତ ପ୍ରତିହାର, ଶୁଶାନ୍ତ ଦାଶ, ଗୀତାଞ୍ଜଳି ନାୟକ, ଭାଗ୍ୟସିନୀ କ୍ଷେତି, ଜୟନ୍ତୀ ଦାଶ, ଅକ୍ଷୟ ପ୍ରଭୁ, ଉମାକାନ୍ତ ପ୍ରଭୁ,ସୁମିତ ପ୍ରଭୁ, ଆରୂଷୀ ଗୈାର ନାଏକ ଆଦି ଯୋଗଦେଇଥିଲେ ।
ଅଧ୍ୟାପିକା ନମିତା ବିଶୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଶୋକ ବେହେରା କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ l