Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଆସନ୍ତା ୮ ତାରିଖ ରବିବାର ଦିନ ପାଳିତ ହେବ I ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶାରେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିବାବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ନୁତନ ଅମଳ ଧାନ ଆଜି ପୂର୍ବାହ୍ନରେ ପହଞ୍ଚି ଯାଇଛି। ପରମ୍ପରା ଅନୁଯାୟୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପରେ ପଶ୍ଚିମ ଓଡିଶାବାସୀ ବିଶ୍ୱର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ନବାନ୍ନ ଭକ୍ଷଣ କରିଥାନ୍ତି। ସାଧାରଣତଃ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେତୁ ପ୍ରାୟ ୫ କିଲୋ ନୂତନ ଚାଉଳ ଲାଗିଥାଏ I ଏହି ନୂତନ ଧାନକୁ ଘର ମହିଳାମାନେ ଖରାରେ ଶୁଖାଇବା ପରେ ତାକୁ ପାରମ୍ପରିକ ପଦ୍ଧତି ଅନୁଯାୟୀ ସେଠାରୁ ଚାଉଳ ବାହାର କରିବେ। ଏହି ଚାଉଳରୁ ନିର୍ମିତ ବିଭିନ୍ନ ପିଠାପଣା, ଖିରି ଆଦି ଆସନ୍ତା ୮ ତାରିଖ ଦିନ ମାଁ ସମଲେଶ୍ୱରୀଙ୍କ ନିକଟରେ ସର୍ବ ପ୍ରଥମେ ଭୋଗ ଲାଗି ହେବ I ଏଣୁ ଚଳିତ ବର୍ଷା ଋତୁର ପ୍ରଥମ ଅମଳ ଧାନ ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବଲବସପୁର ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ବେହେରା ସମଲେଶ୍ୱରୀ ମନ୍ଦିର ପୁଜାରୀଙ୍କୁ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଧାନ ଭେଟି ଦେଇ ଆସୁଥିବା ସମଲେଶ୍ୱରୀ ମନ୍ଦିରର ପୁଜକ ଅମ୍ବିକା ରାୟ କହିଛନ୍ତି I ସକାଳୁ ଚାଷୀ ସୁବାଷ ଘରେ ପୁଜାର୍ଚ୍ଚନା ପରେ କ୍ଷେତକୁ ଯାଇ ପାରମ୍ପରିକ ରିତିନିତି ଅନୁଯାୟୀ କ୍ଷୀର, ଦୀପ, ଧୁପ ଆଦି ଲଗାଇ ପୁଜାର୍ଚ୍ଚନା ପରେ ମାଁ ସମଲେଶ୍ୱରୀଙ୍କ ପାଇଁ ପହିଲି ଫସଲର ଧାନ କାଟିବା ଆରମ୍ଭ କରିଥିଲେ ବୋଲି ସୁବାଷ କହିଛନ୍ତି I ସୁବାଷଙ୍କ ସୁଚନା ଅନୁଯାୟୀ, ପ୍ରତି ବର୍ଷ ନୁଆଁଖାଇର ପ୍ରାୟ ଏକ ସପ୍ତାହ ପୁର୍ବରୁ ପ୍ରଥମ ଅମଳ ଧାନ ମନ୍ଦିରକୁ ଭେଟି ଦିଆଯାଇଥାଏ, ତେବେ ଚଳିତ ବର୍ଷ ବିଳମ୍ବରେ ଧାନ ଅମଳ ହେବାରୁ ଚଳିତ ବର୍ଷ ଧାନ ଭେଟି ଦେବାରେ କିଛି ଦିନ ବିଳମ୍ବ ହୋଇଛି I ତେବେ ପାରମ୍ପରିକ ରିତିନିତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ବିଧିରକ୍ଷା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ