ଚିପିଲିମା, ସୋମବାର ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଏସ.ପି ମୁକେଶ ଭାମୁଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୭୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୮ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୩୧ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୦୮ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. ଏଫ ଅଧୀନ ରେ ସହାୟତା ପାଇଁ ୦୩ ଟି ଆବେଦନ ଆସିଥିଲା। ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ପୂର୍ବରୁ ୦୨ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ଓ ୧ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକଲ ପ୍ରଦାନ କରିବା ସହ ୦୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା l ଆୟୋଜିତ ଅଭିଯୋଗ ଶୁଣାଣିରେ ବିଡ଼ିଓ ଜୟନ୍ତ ସାହୁ, ସମ୍ବଲପୁର ମହାନଗର ନିଗମ ଅଯୁକ୍ତ ବେଦାଭୂଷଣ, ଜ଼ିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lସେପ୍ଟେମ୍ବର ମାସ ୯ ତାରିଖ ରେ ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟ,, ୧୭ ତାରିଖରେ ଜମନକିରା ବ୍ଲକ୍ କାର୍ଯ୍ୟାଳୟ , ୨୩ ତାରିଖ ରେ ରେଙ୍ଗାଲି ବ୍ଲକ୍ କାର୍ଯ୍ୟାଳୟ, ୩୦ ତାରିଖରେ ଯୁଯୁମୁରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି l