Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହାଜବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ

ସମ୍ବଲପୁର: ଦେବଗଡ଼ ଜିଲ୍ଲା ତିଳେଇ ବଣି ବ୍ଲକସୀମା ରେ ଅବସ୍ଥିତ ସାହାଜବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧବାର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ଙ୍କ ସଭାପତିତ୍ୱରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ପରିବେଷବିତ ତଥା ସମ୍ବଲପୁର ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀ ର ସୁରକ୍ଷା ପାଇଁ ଆମେ ବନ ସୁରକ୍ଷା କରିବାକୁ ପଡିବ ବୋଲି କହିଥିଲେ । ଏଥି ପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ ମଧ୍ୟ କରାଇ ଥିଲେ। ଏଥିରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଲୁସି ଗ୍ରାଉ ଟେଟେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ହିନ୍ଦୀ ଶିକ୍ଷକ ଫକୀର ସା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବ ସ୍ଥଳରେ ବନ୍ୟ ପ୍ରାଣୀ ସୁରକ୍ଷା ସମନ୍ଧୀୟ ପଥ ପ୍ରାନ୍ତ ନାଟକ ପରିବେଷଣ କରା ଯାଇଥିଲା । ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରା କୃତି ପ୍ରତିଯୋଗୀ ଆନନ୍ଦ କିଣ୍ଡୋ, ତରଣୀ କିସାନ, ମାଥି ଆସ ଭାନ୍ଦ୍ର ଏବଂ ନାଟକରେ ଅଂଶ ଗ୍ରହଣ କରିଥିବା ସୁକେଶ ମୁଣ୍ଡୁ, ପ୍ରିନ୍ସ ଟେଟେ, ସଚିନ ତିରକୀ ଓ ରୋଶନ ତିରକୀ ଙ୍କୁ ପୁରସ୍କୃତ କରାଯାଇଥିଲା । ବନ୍ୟ ପ୍ରାଣୀ ସୁରକ୍ଷା ଓ ବୃଷ ରୋପଣ ପାଇଁ ମୁଖ୍ୟ ଅତିଥି ଙ୍କୁ ସମ୍ମାନିତ କରା ଯାଇଥିଲା। ଏହା ପରେ ଅତିଥି ଙ୍କ ସହ ଛାତ୍ର ମାନେ ବୃକ୍ଷ ରୋପଣ କରିଥିଲେ ।ପ୍ରାୟ ବାଉନ ଟି ଚାରା ଲଗା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପ୍ରସିଏସ ଡୁଙ୍ଗୁ ଡୁଙ୍ଗ , ଵାବୁଲୁ ସାହୁ,ସୁବ୍ରତ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ