Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ରୁ ସିଏମ-କିଷାନ ଯୋଜନାର ଶୁଭାରମ୍ଭ

ସମ୍ବଲପୁର:ରାଜ୍ୟ ସରକାର ଆରମ୍ଭ କରିଥିବା ସିଏମ୍‌-କିଷାନ ଯୋଜନାର ପ୍ରଥମ କିସ୍ତି ସେପ୍ଟେମ୍ବର ୮ତାରିଖ ‘ନୂଆଁଖାଇ’ ରେ ହେବ ଶୁଭାରମ୍ଭ । ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସୂଚନା ଦେଇଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିଥିବା ଜଣାପଡ଼ିଛି। ଏହାପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇ-ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି। ଏଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିପାରୁଛି। ଏହି ସର୍ବେକ୍ଷଣ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଁଖାଇ ବର୍ଷକୁ ଦୁଇଟି କିସ୍ତିରେ ଚାଷୀ ପାଇବେ ଦୁଇ ହଜାର ଲେଖାଏଁ ମୋଟ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ରାଜ୍ୟର ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମି ହୀନ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ । ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭଳି ସିଏମ୍ କିଷାନ ଯୋଜନାକୁ ନେଇ ରାଜ୍ୟର ଚାଷୀଙ୍କ ଭିତରେ ଦେଖାଯାଇଛି ଅପୂର୍ବ ଉତ୍ସାହ। ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ। ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ ଚାଷୀଙ୍କୁ କୌଣସି ଦେୟ ଦେବାକୁ ହେବ ନାହିଁ। ଗତ ସପ୍ତାହରେ କୃଷିମନ୍ତ୍ରୀ ସିଏମ୍ କିଷାନ ଯୋଜନାର ଘୋଷଣା କରିବା ପରେ ଓଡ଼ିଶାର ଅଗଣିତ ଚାଷୀଙ୍କ ଆର୍ଥିକ ପ୍ରଗତି ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ଏକ୍ସରେ ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହାକୁ ନେଇ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ୍ୟ ଆରମ୍ଭ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ