Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ତାରିଖ ନୂଆଖାଇ ଛୁଟି ଘୋଷଣା ପାଇଁ ରାଜସ୍ବ ଅମଲା ସଂଘ ପକ୍ଷରୁ ଦାବୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ତରଫରୁ ୯ ସେପ୍ଟେମ୍ବର କୁ ପତ୍ର ସଂଖ୍ୟା ୨୯୨୨୯/ ୨୯ ଅଗଷ୍ଟ ୨୦୨୪ ଯୋଗେ ନୂଆଖାଇ ନିମନ୍ତେ ଛୁଟି ଘୋଷଣା କରିଛନ୍ତି। ମାତ୍ର ପୂର୍ଵରୁ ନୂଆଖାଇ ପରଦିନ ଅର୍ଥାତ ୯ ତାରିଖ କୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ତାଙ୍କ ପତ୍ର ସଂଖ୍ୟା ୧୨୪୫୧/ ୧୪ ଡିସେମ୍ବର ୨୦୨୩ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ସ୍ଥାନୀୟ ଛୁଟି ଘୋଷଣା କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ୯ ତାରିଖ କୁ ଛୁଟି ଘୋଷଣା କରିଥିବା ଯୋଗୁଁ ତାର ପରଦିନ ଅର୍ଥାତ୍ ସେପ୍ଟେମ୍ବର ୧୦ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କରାଯିବା ନେଇ ଦାବୀ ହୋଇଛି। ୧୦ ରେ ଛୁଟି କରାଗଲେ ଜିଲ୍ଲାର ସରକାରୀ କର୍ମଚାରୀ ମାନେ ଉପକୃତ ହେବେ ଓ ଏହି ଅଞ୍ଚଳର ଜନସାଧାରଣ ଗଣପର୍ବ ପାଳନ ସୁବିଧାରେ କରିପାରିବେ ବୋଲି ସୁବର୍ଣ୍ଣପୁର ରାଜସ୍ବ ଅମଲା ସଙ୍ଘ ଅଧକ୍ଷ୍ୟ ଶ୍ରୀ ନୀଳାମ୍ବର ଶତପଥୀ, ସମ୍ପାଦକ ଶ୍ରୀ ବନମାଳୀ ମେହେର, କୋଷାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ରିୟ ଦୀପ ପ୍ରମୁଖ ପ୍ରକାଶ କରିଥିବା ବେଳେ ଆସନ୍ତା ୧୦ ତାରିଖ କୁ ଉପରୋକ୍ତ ଛୁଟି ବିଷୟକୁ ସହୃଦୟତାର ସହ ବିଚାର ପୂର୍ବକ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଛୁଟି ଘୋଷଣା କରିବାକୁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ