Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ଗୁରୁମାଁ ଙ୍କୁ ଗୁରୁପୁଜନ କଲେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ନାରୀ ଶକ୍ତି

ସମ୍ବଲପୁର:ଆଜି ହେଉଛି ଭରତ ର ପୁର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମଦିନ ତଥା ପୁଣ୍ୟ ପବିତ୍ର ଗୁରୁଦିବସ । ଆଜିର ଦିନରେ ବିଭନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠାନ ମାନଙ୍କରେ ମଧ୍ଯ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗୁରୁଦିବସ ପାଳନ କରାଯାଇଥାଏ ।
ଅଞ୍ଚଳ ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଧ୍ଯ ଆଜିର ଦିନଟିକୁ ଭିନ୍ନ ଏକ ଢଙ୍ଗ ରେ ପାଳନ କରିଛି । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ନାରୀ ଶକ୍ତି ପକ୍ଷରୁ ସ୍ଥାନୀୟ ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳେ ମଞ୍ଚ ର ନାରୀ ଶକ୍ତି ର ସଦସ୍ୟା ମାନେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପହଞ୍ଚି ଥିଲେ । ସେଠାରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମାଁ ମାନଙ୍କୁ ଯଥା ବିଧି ରୀତିନୀତି ଅନୁସାରେ ଗୁରୁପୂଜନ କରିଥଲେ । କାର୍ଯ୍ୟକ୍ରମ ରେ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ମଧ୍ଯ ସାମିଲ ହୋଇଥିଲେ ।ପଶ୍ଚିମାଞ୍ଚଲ ଏକତା ମଞ୍ଚ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ରେ ଏହା ଦ୍ଵିତୀୟ ଥର ପାଇଁ ଗୁରୁପୂଜନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବାରୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମଞ୍ଚ କୁ ଧନ୍ୟବାଦ୍ ଜଣାଇଥିଲେ ।
ନାରୀ ଶକ୍ତି ଜିଲ୍ଲା ସଂଯୋଜିକା ସ୍ଵସ୍ତିକା ନାୟକ ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ, ପଙ୍କଜିନି ବୈଠାରୁ, ଯାମିନୀ ଠାକୁର, କାନ୍ତି ମେହେର, ପଦ୍ମିନୀ ବୈଠରୁ, ସୁଜାତା ଗୁରୁ, ଛବି ପତି, ସଂଘମିତ୍ରା ପଣ୍ଡା, ଶୋଭାଗିନୀ ପଟେଲ, ବବିତା ପାଢି ପ୍ରମୁଖ ସାମିଲ ହୋଇଥିଲେ । ମଞ୍ଚ ର ସକ୍ରିୟ କାର୍ଯ୍ୟକର୍ତ୍ତା ଶାନ୍ତନୁ ପଢି, ଆବାହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।