ସମ୍ବଲପୁର:ଗୁରୁବାର ଅପରାହ୍ନରେ ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ଓଡିଶା ସମ୍ବଲପୁର ଶାଖା ପକ୍ଷରୁ ଗୁରୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁଣ୍ୟ ଜନ୍ମତିଥିରେ ପାଳନ କରିଛି ପୂଜ୍ୟପୂଜାର ମହାପାର୍ବଣ ତସ୍ମୈ ଶ୍ରୀ ଗୁରବେ ନମଃ । ଏହି ଭବ୍ୟ ଉତ୍ସବ ସମ୍ବଲପୁର ସହରର ଓଡିଶା ସାଂସ୍କୃତିକ ସମାଜରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବିରୁପାକ୍ଷ ପ୍ରଧାନ ଯୋଗ ଦେଇଥିଲେ । ଏହି ଭବ୍ୟ ଉତ୍ସବରେ ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ଓଡିଶାର ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ସହିତ ରାଜ୍ୟ ସଭାପତି ଡ଼ଃ ନିତ୍ୟାନନ୍ଦ ଖମାରୀ ଏବଂ ସମ୍ବଲପୁର ଶାଖାର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା ଉପସ୍ଥିତ ରହିବା ସହିତ ମଞ୍ଚାସୀନ ହେଇଥିଲେ । ଏହି ଅବସରରେ ସଂସଦର ବିଚାରକ ମଣ୍ଡଳୀଙ୍କୁ ନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚୟନ କରାଯାଇଥିଲା । ଅଧିବେଶନ ଆରମ୍ଭରେ ସମଲେଶ୍ଵରୀ ନିକଟରେ ଦୀପ ପ୍ରଜ୍ବଳନ ପରେ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା । ସୁଶ୍ରୀ ଖୁସି ଓରାମ ଓ ତାଙ୍କ ଦଳ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସମ୍ବଲପୁର ଶାଖା ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା ।ପରେ ପରେ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଏବଂ ମୁଖ୍ୟବକ୍ତା ଶିକ୍ଷା ଓ ଶିକ୍ଷକ ଉପରେ ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରି ମାର୍ଗ ଦର୍ଶନ କରିଥିଲେ ।ଏହା ପରେ ଶିକ୍ଷକ ସମ୍ମର୍ଦ୍ଧନା ପର୍ବ ଆରମ୍ଭ ହେଇଥିଲା ।ଏଥିପାଇଁ ଓଡିଶାର ଅଣେଇଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଓ ଆଉ ଦୁଇଜଣ ଶିକ୍ଷକ ନ ଥିଲେ ମଧ୍ୟ ଶିକ୍ଷା ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରଥମ ଆଠ ଜଣ ଶିକ୍ଷା ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ” ଓଡ଼ିଶା ଶିକ୍ଷକ ଗୌରବ ସମ୍ମାନ ୨୦୨୪ ” ଲାଭ କରିଥିଲେ । ଏଥିପାଇଁ ଚଳିତ ବର୍ଷରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦିନୀ ମହାପାତ୍ର , ସମ୍ବଲପୁର , ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡ଼ଃ ମାଧୁରୀ ମିଶ୍ର , ଝାରସୁଗୁଡ଼ା, ଡ଼ଃ ଶୁଭେନ୍ଦୁ ମେହେର , ସୁବର୍ଣ୍ଣପୁର , ଡ଼ଃ ପ୍ରଦୀପ କୁମାର ପଣ୍ଡା ସମ୍ବଲପୁର , ଶ୍ରୀମତୀ ଝରଣା ତନ୍ତୀ ସୁନ୍ଦରଗଡ଼ , ଡ଼ଃ ଶ୍ରୀବତ୍ସ ମେହେର ସମ୍ବଲପୁର , ଶ୍ରୀଯୁକ୍ତ ବଂଶୀଧର ପଶାୟତ ଝାରସୁଗୁଡ଼ା , ଇଂ ବିଚିତ୍ରାନନ୍ଦ ମୁନି ଗଞ୍ଜାମଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି । ଏହି ପରି ଦଶ ଜଣଙ୍କୁ ” ଆଦର୍ଶ ଶିକ୍ଷକ ସମ୍ମାନ -୨୦୨୪ ” ରେ ସମ୍ମାନିତ କରାଯାଇଅଛି । ଏହି ସମ୍ମାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର ପଣ୍ଡା ସମ୍ବଲପୁର , ଶ୍ରୀମତୀ ବାସନ୍ତୀ ମଞ୍ଜରୀ ହନୁମାନ ବଲାଙ୍ଗୀର , ଶ୍ରୀମତୀ ରଜନୀଗନ୍ଧା ବିଶୀ ସମ୍ବଲପୁର , ଶ୍ରୀମତୀ ରଶ୍ମିତା ନାୟକ ଜଗତସିଂହପୁର , ଶ୍ରୀମତୀ ଲିଲି କୁମାରୀ ସମ୍ବଲପୁର ,ଭୀମସାର ବୁର୍ଲାର ଡ଼ା ସଞ୍ଜିବ ମିଶ୍ର ସମ୍ବଲପୁର , ଶ୍ରୀମତୀ ଗିତାଞଳୀ ସାହୁ ସମ୍ବଲପୁର , ଶ୍ରୀମତୀ ଅନୀତା ପ୍ରଧାନ ସମ୍ବଲପୁର, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡ଼ଃ କୁଞ୍ଜଲତା ପ୍ରଧାନ ସମ୍ବଲପୁର ଓ ଶ୍ରୀ ମହେଶ ପଟେଲ ପାଇଥିଲେ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଜଣଙ୍କୁ” ଧରଣୀଧର ପ୍ରଧାନ ସ୍ମୃତି ସମ୍ମାନ ୨୦୨୪ “ପ୍ରଦାନ କରାଯାଇଥିଲା । ସ୍ବର୍ଗତ ଧରଣୀଧର ପ୍ରଧାନ ସମ୍ବଲପୁର ଜଣେ ଆଦର୍ଶ ଶିକ୍ଷକ ହେବା ସହିତ ସାହିତ୍ୟ ଓ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଅବିସ୍ମରଣୀୟ । ତାଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଏହି ସମ୍ମାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗଣପତି ସ୍ବାଇଁ ଅନୁଗୁଳ ଏବଂ ଡ଼ଃ ସ୍ବର୍ଣ୍ଣ ଲତା ଲେଙ୍କା ଯାଜପୁରଙ୍କୁ ଦିଆଯାଇଥିଲା । ସେହିପରି ଶିକ୍ଷକ ନ ଥିଲେ ମଧ୍ୟ ମାଲକାନଗିରି ଅଞ୍ଚଳରେ ବଣ୍ଡା ସମ୍ପ୍ରଦାୟରେ ଶିକ୍ଷା ପ୍ରସାର ଓ ପ୍ରଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ା ରାଜାରାମ ଷଡ଼ଙ୍ଗୀଙ୍କୁ ” ଶିକ୍ଷା ସାରଥି ସମ୍ମାନ – ୨୦୨୪ ” ସମ୍ମାନିତ କରାଯାଇଥିଲା ।
ଏହା ପରେ ଶିକ୍ଷକ ଓ ଶିକ୍ଷା ଉପରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଶେଷରେ ଶିଶୁ କଳାକାରଙ୍କ ଦ୍ବାରା ଏକ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଏହା ପରେ ରାଜ୍ୟ ସଭାପତି ଡ଼ଃ ନିତ୍ୟାନନ୍ଦ ଖମାରୀ ନିଜ ବକ୍ତବ୍ୟ ରଖିଥିଲେ । ସଂଯୋଜନାରେ ଶ୍ରୀଯୁକ୍ତ ପ୍ରତାପ ପଣ୍ଡା ଓ ଶ୍ରୀଯୁକ୍ତ ଉମେଶ ସାହୁ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମେହେର । ଶେଷରେ ଜାତୀୟ ସଙ୍ଗୀତ ଗାନ କରି ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।