Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରସ୍ୱତ ମହାବିଦ୍ୟାଳୟ,ଗୋଡଭଗାର ୩୪ ତମ ପ୍ରତିଷ୍ଠା ଦିବସ ପାଳନ

ସମ୍ବଲପୁର:ଧନକଉଡ଼ା ବ୍ଲକ ଅଧିନସ୍ଥ ସାରସ୍ୱତ ମହାବିଦ୍ୟାଳୟ, ଗୋଡଭଗାର ୩୪ ତମ ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗୁରୁ ଦିବସ ଅବସରରେ ମହାସମାରୋହରେ ଗୁରୁବାର ପାଳିତ ହୋଇଯାଇଅଛି । ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ପାଲ ମହାଶୟାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ସୁଦର୍ଶନ ହରିପାଲ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ସଂଯୁକ୍ତା ଦାସ , ମୁଖ୍ୟବକ୍ତା ଭାବରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଲୋକବନ୍ଧୁ ପଧାନ ଏବଂ ସ୍ଥାନୀୟ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରମୋଦ କୁମାର ପଧାନ ମଞ୍ଚାସୀନ ଥିଲେ । ସଭା ଆରମ୍ଭରେ ଇଂରାଜୀ ଅଧ୍ୟାପକ ରାକେଶ ଭୋଇ ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବା ପରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ସୁଶ୍ରୀୟ ନାୟକ । ବାର୍ଷିକ ବିବରଣୀ ପଠନ କରିଥିଲେ ଯୁକ୍ତ ଦୁଇ ଅଧ୍ୟକ୍ଷ। ଏହି ଶୁଭ ଅବସରରେ ନିଜ ଶ୍ରେଣୀରେ ସର୍ବଶ୍ରେଷ୍ଠ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଇଂରାଜୀ ବିଭାଗର ଗାୟତ୍ରୀ ପୋଢ଼, ଇତିହାସ ବିଭାଗର ଜିଜ୍ଞାସା ଘିବେଲା, ଶିକ୍ଷା ବିଭାଗର କରନ୍ ଭୋଇନା, ଓଡ଼ିଆ ବିଭାଗର ସୁପ୍ରିୟା ପଧାନ ଏବଂ ରାଜନୀତି ବିଜ୍ଞାନ ବିଭାଗର ପ୍ରତିଭା ପଧାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅଧ୍ୟାପିକା ମନ୍ଦାକିନୀ ଦାଶ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଦିପ୍ତିମୟୀ ପଧାନ।ମଞ୍ଚ ପରିଚାଳନା କରିଥିଲେ ଯୁକ୍ତ ତିନି ଅଧ୍ୟାପକ କୁଶଲେଶ୍ୱର୍ ବସ୍ତିଆ, ଅଧ୍ୟାପିକା ଡକ୍ଟର ମାନସୀ ପରିଜା ଏବଂ ବୈଜୟନ୍ତୀ ପଶାୟତ । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ବର୍ତ୍ତମାନ ପରିଚାଳନା କମିଟିର ସମସ୍ତ ସଦସ୍ୟ ,ପୂର୍ବତନ ପରିଚାଳନା କମିଟିର ସଦସ୍ୟ ତଥା ଏ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାପ୍ରେମୀ, ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ , ଆଲୁମିନି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମହାବିଦ୍ୟାଳୟର ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ ର ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ ।