Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି; ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ

 ଭୁବନେଶ୍ବର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି। ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ । ଖୁବ ଶୀଘ୍ର ବାହରିବ ରେଜଲ୍ଟ। ମାଟ୍ରିକ ପରୀକ୍ଷାରେ ସି ସେଟ୍ ପ୍ରଶ୍ନରେ ଥିଲା ମୁଦ୍ରଣ ଜନିତ ତ୍ରୁଟି । ଯେଉଁ ପରୀକ୍ଷାର୍ଥୀ ଭୁଲ ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହେଲେ ଯେଉଁମାନେ ଉତ୍ତର ରଖିନଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ । ପରୀକ୍ଷାରେ ଭୁଲ୍ ପ୍ରଶ୍ନପତ୍ରକୁ ନେଇ ବିବାଦ ଦେଖାଦେଇଥିଲା । ତ୍ରୁଟିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଥିଲେ। ପ୍ରଶ୍ନପତ୍ର ତ୍ରୁଟି ଯୋଗୁ କୌଣସି ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ ବୋର୍ଡ କତ୍ତୃର୍ପକ୍ଷ।