Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନ ଭଣ୍ଡାର ଚାବି ନିଖୋଜ ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଚାବି ନିଖୋଜ ମାମଲାରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଜଷ୍ଟିସ ରଘୁବୀର ଦାସ ଆୟୋଗର ରିପୋର୍ଟକୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ମାଗିଥିବା ଏକ ପିଟିସନର ଶୁଣାଣି ବେଳେ ହାଇକୋର୍ଟ ମୁଖ୍ୟ ଶାସନ ସଚିବ ତଥା ଆଇନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦାଖଲ କରିବାକୁ କହିଥିବାବେଳେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଜୁଲାଇ ୧୦ ତାରିଖ ସ୍ଥିର କରିଛନ୍ତି।

ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ ଜଷ୍ଟିସ ରଘୁବୀର ଦାସ କମିଶନ ନଭେମ୍ବର ୨୦୧୮ରେ ରତ୍ନ ଭଣ୍ଡାର ଚାବି ଉପରେ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ