Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ୩ ଘଣ୍ଟା ବର୍ଷିବ; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ରାଜ୍ୟର ୯ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।
ଆଗାମୀ ୩ ଘଣ୍ଟା ମଧ୍ୟରେ ନୁଆପଡା, ବାଲେଶ୍ବର, ବୌଦ୍ଧ, ଦେଓଗଡ, କୋରାପୁଟ, ଅନୁଗୁଳ, କଟକ, ବଲାଙ୍ଗୀର ଏବଂ ଗଞ୍ଜାମର କିଛି ଅଞ୍ଚଳରେ ଘଡଘଡି ବିଜୁଳି ବର୍ଷା ସମ୍ଭାବନା ରହିଛି। ଏହା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।

କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଜଗତସିଂହହପୁର ଏବଂ ଗଞ୍ଜାମ ପାଇଁ ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ