ଭିମସାର ମେଡିକାଲ କଲେଜ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର


ସମ୍ବଲପୁର:ରାଜସ୍ୱ ବିଭାଗୀୟ କମିଶନର (ଉତ୍ତରାଞ୍ଚଳ) ସଚିନ ରାମଚନ୍ଦ୍ର ଯାଦବ, (ଆଇଏଏସ) , ଶୁକ୍ରବାର ଭିମସାର ମେଡିକାଲ କଲେଜ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି I ଭିମସାର ମେଡିକାଲ କଲେଜ ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ କ୍ଷେତ୍ର ରେ ଏକ ପ୍ରାଣକେନ୍ଦ୍ର ହୋଇଥିବାରୁ ଶ୍ରୀ ଯାଦବ ରାଜସ୍ୱ ବିଭାଗୀୟ କମିଶନର (ଉତ୍ତରାଞ୍ଚଳ) ଭାବେ ଦାୟିତ୍ଵ ଗ୍ରହଣ କଲା ପରେ ଏହାକୁ ପ୍ରାଥମିକତା ଦେଇଛନ୍ତି I ଆଲୋଚନା ଚକ୍ର ରେ କଲେଜ ର କୁଳପତି ଡାଃ ପ୍ରଦୀପ କୁମାର ମହାନ୍ତି, ନିର୍ଦେଶକ ଡାଃ ଭାବଗ୍ରାହୀ ରଥ , ସୁପେରିଟେଣ୍ଡେଣ୍ଟ ଡାଃ ଲାଲ ମୋହନ ନାୟକ ଙ୍କ ସହ ସବୁ ବିଭାଗୀୟ ମୁଖ୍ୟ, କଲେଜ ର କର୍ମକର୍ତା ଓ ଛାତ୍ରଛାତ୍ରୀ ଙ୍କ ଉପସ୍ଥାପକମାନେ ଉପସ୍ଥିତ ଥିଲେ I ସେ ପ୍ରଥମେ ଭିମସାର ମେଡିକାଲ କଲେଜ ର ସୁବିଧା ଅସୁବିଧା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ I ପରେ କଲେଜ ର କାଜୁଆଲିଟି, ଟ୍ରମାସେଣ୍ଟର, ଆଉଟଡୋର ଆଦି ସବୁ ବିଭାଗ, ପରିଦର୍ଶନ କରି କଲେଜ ର ଭିତିଭୂମି, ଡାକ୍ତର ମାନଙ୍କ ନିଯୁକ୍ତି, ରୋଗୀମାନଙ୍କର ସୁବିଧା ଅସୁବିଧା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ I ସେ ଏହି ବିଷୟରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଙ୍କୁ ଅବଗତ କାରାଇବେ ବୋଲି କହିଛନ୍ତି I ଆଗାମୀ ଦିନରେ ଭିମସାର ର ଉନ୍ନତି ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଓ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ, କଣ ଅସୁବିଧାର ସମୁଖୀନ ହେଉଛନ୍ତି ଆଦି ବିଷୟରେ ପୁନର୍ବାର ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ I