ଆଜି ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ,ସିଏମ୍ କିଷାନର କରିବେ ଶୁଭାରମ୍ଭ


ସମ୍ବଲପୁର: ଆସନ୍ତାକାଲି ସେପ୍ଟେମ୍ବର ୮ ତାରିଖ ନୁଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି I ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ହଲରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା- ସିଏମ୍ କିଷାନର ଶୁଭାରମ୍ଭ କରିବେ I ଏହାପରେ ମାରଓ୍ଵାଡି ଯୁବ ମଞ୍ଚ ପକ୍ଷରୁ ରିଭର ଇନ ରିସୋର୍ଟ ଠାରେ ହେବାକୁ ଥିବା ନୁଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ, ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଆରଣ୍ୟକ ମଞ୍ଚ ଠାରେ ନୁଆଁଖାଇ ଭେଟଘାଟ୍, ସମଲେଶ୍ୱରୀ ମନ୍ଦିରରେ ସମଲେଶ୍ୱରୀ ଯୁବ ମଞ୍ଚ ଓ ନନ୍ଦପଡ଼ା ସ୍ଥିତ ଚିତ୍ରପୋଲା ଯୁବ ସଂଘ ପକ୍ଷରୁ ହେବାକୁ ଥିବା ନୁଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗଦେବେ l