ବିଜେପି ନେତାଙ୍କୁ ଜୀବନରୁ ମାରି ଦେବାକୁ ବିଜେଡି ନେତାଙ୍କ ଧମକ ଅଭିଯୋଗ


ନୟାଗଡ଼: ଦଶପଲ୍ଲାର ବିଜେପି ନେତା ରାଘବ ମଲ୍ଲିକଙ୍କୁ ବିଜେଡି ନେତା ବସନ୍ତ କୁମାର ସାହୁ ହତ୍ୟା ଧମକ ଦେଇଥିବା ଅଭିଯୋଗ । ଏନେଇ ରାଘବ ବାଣୀଗୋଚ୍ଛା ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବସନ୍ତଙ୍କର ବାଣୀଗୋଚ୍ଛାରେ ଏକ ଢାବା ରହିଛି । ଏହି ଢାବାରେ ବେଆଇନ ଭାବେ ମଦ କାରବାର ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ ଗତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିବା ରାଘବ । ଏହାସହ ଢାବାଟି ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବସନ୍ତ ଫୋନ୍ କରି ରାଘବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ରାଘବ କହିଛନ୍ତି, ବସନ୍ତ ମୋତେ ଫୋନ୍ କରି ପଚାରିଥିଲେ, ତୁ କେଉଁଠି ଅଛୁ । ତତେ ମୁଁ ଗୋଡ଼େଇ ଗୋଡ଼େଇ ହାଣିବି । ସେ ମୋତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ । ଏମିତିକି ମୁଁ ତାଙ୍କର କ’ଣ କରିପାରିବି ବୋଲି କହିଥିଲେ । ହତ୍ୟା ଧମକ ପାଇବା ପରେ ଗତ ୬ ତାରିଖରେ ମୁଁ ବାଣୀଗୋଚ୍ଛା ଥାନାରେ ଏଫଆଇଆର ଦେଇଛି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ସେ (ବସନ୍ତ କୁମାର ସାହୁ) ସରକାରୀ ଜମିକୁ ଜବରଦଖଲ କରିଛନ୍ତି । ସେ ନେଇ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।
ରାଘବଙ୍କ ଅଭିଯୋଗ ନେଇ ବସନ୍ତ ସାହୁ କି ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।