ବରଗଡ଼ ଜେଲରେ ନୂଆଁଖାଇ ଭେଟଘାଟ :କ୍ରୋଧକୁ ନିୟନ୍ତ୍ରଣ କଲେ ଜେଲର ଆବଶ୍ୟକ ନାହିଁ


ସମ୍ବଲପୁର:ସୋମବାର ଦିନ ବରଗଡ ସବଜେଲ ସମ୍ମିଳନୀ କକ୍ଷରେ ବରଗଡ଼ ଇସ୍କନ ମନ୍ଦିର ପକ୍ଷରୁ ନୂଆଁଖାଇ ଭେଟଘାଟ ଜେଲର ସଲମନ କୁଜୁର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି ।
ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ରେ ବରଗଡ଼ ଇସ୍କନ ମନ୍ଦିର ର ଅଧ୍ୟକ୍ଷ ସୁ ମଧୂର ଦାଶ ପ୍ରଭୁ ଏହି ସଚେତନତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଆଜିକା ଦୁନିଆରେ ମହାମନ୍ତ୍ର ଅତ୍ୟନ୍ତ ଜରୁରୀ ଏବଂ କ୍ରୋଧ କୁ ନିୟନ୍ତ୍ରଣ କଲେ ଜେଲ ର ଆବଶ୍ୟକ ପଡିବ ନାହିଁ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ।
ବର୍ତମାନ ଯେଉଁ ସମସ୍ୟା ର ସମ୍ମୁଖୀନ ହୋଇ ପଥଭ୍ରଷ୍ଟ ହେଉଛନ୍ତି ତାହା କେବଳ ଆଧ୍ୟାତ୍ମିକ ସଚେତନତା ଦ୍ଵାରା ସମାଧାନ ହୋଇ ପାରିବ ବୋଲି ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଉଦବୋଧନ ଦେଇଥିଲେ । ପ୍ରତି ମାସର ଗୋଟିଏ ଦିନ ଏହିପରି ମହାମନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଜେଲର ଶ୍ରୀ କୁଜୁର ଅନୁମତି ପ୍ରଦାନ କରିଥିବାରୁ ଇସ୍କନ ପ୍ରଚାରକ କୃତଜ୍ଞତା ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ , ବରଗଡ଼ ଇସ୍କନ ଯୋଜନା କମିଟିର ଅଧ୍ୟକ୍ଷ-ଶୁକାନ୍ତ ଦାଶ, ଡାକ୍ତର ଶୁଶିଲ କର , ଶ୍ୟାମସୁନ୍ଦର ଅଗ୍ରୱାଲ,ଜସବୀର ସିଂ ସୈନି, ସମାଜସେବୀ ପ୍ରମୋଦ ଅଗ୍ରୱାଲ,କୋଷାଧ୍ୟକ୍ଷ ଶୁଶାନ୍ତ ସାହୁ, ଜୟନ୍ତୀ ଦାଶ,ଗୀତାଞ୍ଜଳି ନାୟକ, କୁବେର କ୍ଷେତି, ଯୁଧିଷ୍ଠିର ପ୍ରଭୁ,ଅକ୍ଷୟ ପ୍ରଭୁ, ତୁଷାର ପ୍ରଭୁ ଆଦି ଯୋଗଦେଇଥିଲେ ଜେଲ୍ ଅନ୍ତେବାସୀ ମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ।
ଶେଷରେ ସମସ୍ତ ଜେଲ୍ ଅନ୍ତେବାସୀ ମାନଙ୍କୁ ନୂଆଁଖାଇ ର ପ୍ରସାଦ ଅର୍ପଣ କରାଯାଇଥିଲା ।
ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରତିହାର କାର୍ଯ୍ୟକ୍ରମ ସଂଯୋଜନା ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ !