Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀଙ୍କ ବିଭିନ୍ନ ପଞ୍ଚାୟତ ରେ ନୂଆଁଖାଇ ଭେଟଘାଟ….ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖକୁ ପହଞ୍ଚିବ…ମନ୍ତ୍ରୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ ପାଇଁ ଗୁରୁତ୍ବାରୋପ କରିଛନ୍ତି। ସୋମବାର ମନ୍ତ୍ରୀ ନାଏକ ସୁବର୍ଣ୍ଣପାଲି, ଧୁଡିପାଲି, ବଡମାଲ, ଭୋଜପୁର,ଡିମିରିମୁଣ୍ଡା ଓ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଧନ୍ୟବାଦ ମତଦାତା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଗ୍ରାମାଞ୍ଚଳ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ଅଛି।ତେଣୁ ପ୍ରତି ୨ ମାସରେ ଥରେ ବ୍ଲକ କାର୍ଯ୍ଯାଳୟରେ ଲୋକଙ୍କ ଅଭିଯୋଗ ଶୁଣାଣି କରାଯିବ।ମନ୍ତ୍ରୀ ନିଜେ ଉପସ୍ଥିତ ରହିବା ସହ ଏଥିରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବାକୁ କହିଛନ୍ତି।ଏହାଛଡା ଯୁବକ ମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇ ତାଙ୍କୁ ରୋଜଗାରକ୍ଷମ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ହେବ ବୋଲି ଗୁରୁତ୍ବାରୋପ କରିଛନ୍ତି।