Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗlଲୀପଡା ଠାରେ ଆୟୋଜିତ ହେବ ୫୪ ତମ ଦୁର୍ଗାପୂଜା

ସମ୍ବଲପୁର:ସ୍ଥାନୀୟ ବଡବଜାର ବଙ୍ଗlଲୀପଡା ନେତାଜୀ ସୁଭାଷ ସଂଘ ତରଫରୁ ଆୟୋଜିତ ୫୪ତମ ଦୁର୍ଗାପୂଜା ଉପଲକ୍ଷେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି !ଏହି ବୈଠକରେ କିପରି ଶାନ୍ତି ଶୃଙ୍ଖଳାର ସହିତ କରିବାକୁ ବିଭିନ୍ନ ଜିନିଷ ଗୁଡିକ ଉପରେ ଆଲୋଚନା ହେବାପରେ ଏକ ଦୁର୍ଗାପୂଜା କମିଟି-୨୦୨୪ ଚୟନ କରାଗଲା ! ଯଥା- ଏହି କମିଟିର ସଭାପତି-ସପନ ଚାନ୍ଦ, ଉପସଭାପତି-ସୋନୁ ମୂର୍ତ୍ତି ଓ ରାଜେଶ ମାଝୀ, ସମ୍ପାଦକ-ଦେବାଶିଷ ଦେ,ସହ ସମ୍ପାଦକ-ମୃଣାଲ ସିନ୍ହା ଓ ଜୟ ଘୋଷ,କୋଷାଧ୍ୟକ୍ଷ- ହିମାଂଶୁ କର୍ମକାର ଓ ବିପ୍ଳବ ସିନ୍ହା ଙ୍କୁ ସର୍ବସମତି କ୍ରମେ ବଛାଗଲା ! ଏହି ବୈଠକରେ ଶତାଧିକ ପଡ଼ାବାସୀ ଉପସ୍ଥିତ ଥିବା ବେଳେ କ୍ଲବ ସଭାପତି ତପନ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ