ସମ୍ବଲପୁର ରେଳ ଷ୍ଟେସନ ହେବ ପ୍ରମୁଖ ନେଟୱାର୍କ ହବ,ଦ୍ରୁତ ଗତିରେ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ


ସମ୍ବଲପୁର : ଦେଶର ପ୍ରମୁଖ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ବର୍ତମାନ ଚାଲୁରହିଛି| ପୂର୍ବତଟ ରେଳପଥ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି | ପୂର୍ବତଟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମଧ୍ୟରୁ ଆଞ୍ଚଳିକ ଲଜିଷ୍ଟିକ୍ ଏବଂ ଯାତ୍ରୀ ପରିବହନରେ ସମ୍ବଲପୁର ରେଳ ଷ୍ଟେସନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ପଣ୍ୟ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ | ଏହି ଗୁରୁତ୍ୱପୂର୍ଣ୍ଣ ସମାପ୍ତ ହେବା ପରେ ଯାତ୍ରୀମାନେ ସହଜ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରନ୍ତି |ପୁନଃନିର୍ମାଣ କାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ୟ : ନୂତନ ପ୍ଲାଟଫର୍ମର ଯୋଗ: ଅଧିକ ଟ୍ରେନ୍ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତାକୁ ବୃଦ୍ଧି କରାଯାଇ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ |ସହଜ ଟ୍ରେନ ପରିଚାଳନା ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି | ଉନ୍ନତ ଟ୍ରେନ୍ ଚଳାଚଳ : ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକି ନରହି ସମ୍ବଲପୁର ଷ୍ଟେସନରେ ସୁଗମ ଭାବରେ ପ୍ରବେଶ କରିପାରିବେ |ଅସ୍ଥାୟୀ ମାର୍ଗ ପରିବର୍ତ୍ତନ : ୟାର୍ଡ଼ର ପୁନଃନିର୍ମାଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ | ସମ୍ବଲପୁର ଷ୍ଟେସନକୁ ନଆସି ପାଞ୍ଚ ଯୋଡା ଟ୍ରେନ୍ ସମ୍ବଲପୁର ସିଟି ଷ୍ଟେସନ-ସରଲା ଷ୍ଟେସନ ମାର୍ଗ ଦେଇ ମାର୍ଗ ପରିବର୍ତ୍ତନ କରି ସାମୟିକ ଭାବେ ଚଳାଚଳ କରିବ | ନିର୍ମାଣ ଅବଧି ମଧ୍ୟରେ ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଏହି ମାର୍ଗ ପରିବର୍ତ୍ତନ କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ|ପ୍ରଭାବିତ ଟ୍ରେନ୍ ଗୁଡିକ ନିମ୍ନଲିଖିତ ଅଟେ: ୧୮୧୨୬/୧୮୧୨୫ ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ: ଉଭୟ ପାର୍ଶ୍ୱରୁ ୨୦ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |୧୨୮୭୯/୧୨୮୮୦ ଏଲଟିଟି-ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ: ଏଲଟିଟି ରୁ ୨୧ ସେପ୍ଟେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ଏବଂ ଭୁବନେଶ୍ୱରରୁ ୨୩ ସେପ୍ଟେମ୍ବର ୨୦୨୪ ରୁ ୩ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |୨୨୮୬୫/୨୨୮୬୬ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ : ଏଲଟିଟି ରୁ ୧୯ ସେପ୍ଟେମ୍ବର ୨୦୨୪ ରୁ ୩୦ ଜାନୁଆରୀ ୨୦୨୫ ମଧ୍ୟରେ ଏବଂ ପୁରୀରୁ ୨୪ ସେପ୍ଟେମ୍ବର ୨୦୨୪ ରୁ ୪ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |୨୦୪୭୧/୨୦୪୭୨ଲାଲଗଡ-ପୁରୀ-ଲାଲଗଡ ଏକ୍ସପ୍ରେସ: ଲାଲଗଡରୁ ୨୨ ସେପ୍ଟେମ୍ବର ୨୦୨୪ରୁ ୨ ଫେବୃଆରୀ ୨୦୨୫ ମଧ୍ୟରେ ଏବଂ ପୁରୀରୁ ୨୫ ସେପ୍ଟେମ୍ବର ୨୦୨୪ ରୁ ୫ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |୨୦୮୧୩/୨୦୮୧୪2ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ: ପୁରୀରୁ ୨୫ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ଏବଂ ଯୋଧପୁରରୁ ୨୧ ସେପ୍ଟେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ