Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା ଦୁର୍ଗା ପୂଜା :୯ରୁ ୧୪ ପାଳିବ ସୁବର୍ଣ୍ଣ ଜୟନ୍ତୀ

ସମ୍ବଲପୁର:ଅର୍ଦ୍ଧ ଶତାବ୍ଦୀରେ ପାଦ ଥାପିଛି ଯୁଯୋମୁରା ଶାରଦୀୟ ଦୁର୍ଗାପୂଜା l ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି l ଚଳିତ ବର୍ଷ ଯୁଯୋମୁରା ଦୁର୍ଗାପୂଜା କମିଟି ପାଳିବ ତାର ସୁବର୍ଣ୍ଣ ଜୟନ୍ତୀ l ସମାଜରେ ଯେଉଁ ମହିଷାସୁର ଚେତନାର ଉଦ୍ଭଟ ଘଟିଛି, ତାର ବିନାଶ ଲାଗି ୧୯୭୪ ମସିହାରୁ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ଯୁଯୋମୁରାରେ ପାଳିତ ହୋଇଆସୁଛି l ଏଥିପାଇଁ ସୋମବାର ସନ୍ଧ୍ୟାରେ କମିଟି ସଭାପତି ଲଷ୍ମୀଧର ଦେହୁରୀଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇ ବ୍ୟାପକ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ହେବା ସହ ବିଭିନ୍ନ କାମ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି ଳ
ଏଠାରେ ସୂଚନା ଯୋଗ୍ୟଯେ,ବର୍ଷକୁ ଥରେ ମା ଦୁର୍ଗା ପ୍ରତିମା ସବୁଠି ପୂଜା ପାଉଥିଲେ ବି, ଯୁଯୋମୁରାରେ ଦେଖାଦେଇଥାଏ ଏହାର ବ୍ୟତିକ୍ରମ l ସ୍ଥାୟୀ ଦୁର୍ଗା ମଣ୍ଡପରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚନା ହୋଇଥାଏl ଚଳିତ ବର୍ଷ ଯୁଯୋମୁରା ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ଆସନ୍ତା ୦୯ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚନା ସହିତ, ସମ୍ବର୍ଦ୍ଧନା, ନୃତ୍ୟ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା l
ଏଥିରେ ସଭାପତି ଶ୍ରୀ ଦେହୁରୀ ଙ୍କ ସହିତ ସମ୍ପାଦକ ଧନେଶ୍ୱର ରାଉତ , କୋଷାଧକ୍ଷ ପ୍ରହଲ୍ଲାଦ ସାହୁ, ରବୀନ୍ଦ୍ର ସାହୁ, ସୁବାଷ ବେହେରା, ଅଶ୍ୱିନୀ ଦେହୁରୀ, ବିଜୟ ସେଠି, ଝସକେତନ ସାହୁ, ବିରଞ୍ଚି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ପାଳନ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ