ସମ୍ବଲପୁର:ଦୀର୍ଘ ବର୍ଷ ହେଲା ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ର ସମସ୍ୟା ବଢୁଛି ସିନା କିଛି ସମାଧାନ ହେଉନାହିଁ l ଆଗରୁ ଯାହା କିଛି ସ୍ଥାନୀୟ ସ୍ତରରେ କାର୍ଯ୍ୟ ହେଉଥିଲା ହେଲେ ଗତ ବିଜେଡି ସରକାର ଦ୍ୱାରା “ପେ ଏଣ୍ଡ ପ୍ଲେ ” ଏପ ବ୍ୟବସ୍ଥା ପ୍ରଚଳନ ହେଲା ପରେ ସାରା ଓଡିଶା ରେ ସରକାରୀ ସ୍ତରରେ ପରିଚାଳିତ କ୍ରୀଡା ରେ ସବଡ଼ିଭିଜନ ଅଂଚଳର ୩୦୦ ଟଙ୍କା, ଜିଲ୍ଲା ମୁଖ୍ୟାଳୟ ରେ ୫୦୦ ଟଙ୍କା ଓ ମହାନଗର ଅଂଚଳରେ ୮୦୦ ଟଙ୍କା ଅଗ୍ରିମ ଭାବରେ ଖେଳାଳି ଙ୍କଠାରୁ ଅନଲାଇନ ମାଧ୍ୟମ ରେ ରାଜ୍ୟ ଟ୍ରେଜେରି ରେ ଜମା ହେଉଛି l ଏହି ପ୍ରସଙ୍ଗରେ ସମ୍ବଲପୁର ଆମର ବ୍ୟାଡ଼ମୀଣ୍ଟନ କ୍ଲବ ପକ୍ଷରୁ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହି ଅବସରରେ ରାଜସ୍ବ ଓ ବିପର୍ଯlୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ୍ୟ ଉପସ୍ଥିତ ଥିଲେ l
ଏହି ଦାବି ପତ୍ର ରେ କୁହାଯାଇଛି ଯେ “ପେ ଏଣ୍ଡ ପ୍ଲେ ” ଆପ ରେ ଖେଳାଳି ଙ୍କ ଦ୍ୱାରା ଜମା କରୁଥିବା ଅର୍ଥ ରାଜ୍ୟ ଟ୍ରେଜେରି କୁ ଚାଲିଯିବ ଦ୍ୱାରା ସ୍ଥାନୀୟ ସ୍ତର ରେ କୌଣସି ସମସ୍ୟା ର ବି ସମାଧାନ ହୋଇପାରୁନାହିଁ l ଏହି ଇଣ୍ଡୋର ହଲ ରେ ଥିବା ଜେନେରେଟର ମଧ୍ୟ ମରାମତି ମଧ୍ୟ୍ୟ ହୋଇପାରୁନାହିଁ l ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ନେତୃତ୍ବାଧୀନ କେନ୍ଦ୍ର ସରକାର “ଖେଲୋ ଇଣ୍ଡିଆ” ମାଧ୍ୟମ ରେ କ୍ରୀଡା ର ବିକାଶ ଓ ପ୍ରୋତ୍ସାହନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଆମ ରାଜ୍ୟରେ ” ପେ ଏଣ୍ଡ ପ୍ଲେ ” ଆପ ମାଧ୍ୟ୍ୟମ ରେ ଖେଳାଳି ଙ୍କ ଠାରୁ ଏତେ ମାତ୍ରା ରେ ଅର୍ଥ ଆଦାୟ କାହିଁକି ? ତେଣୁ ଯଥାଶୀଘ୍ର ଏହି “ପେ ଏଣ୍ଡ ପ୍ଲେ ” ଆପ କୁ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିରେ ଅନୁରୋଧ କରାଯାଇଛି lଖେଳାଳୀ ଙ୍କର ସୁବିଧା ପାଇଁ ଏହି ଇଣ୍ଡୋର ହଲ କୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବା ସହ ଏହି ଇଣ୍ଡୋର ହଲ ପରିସର ରେ ଏକ ଟେବୁଲ ଟେନିସ କୋର୍ଟ ର ବ୍ୟବସ୍ଥା କରିବା ସହ ପୁରୁଷ ଓ ମହିଳା ଙ୍କ ସୁବିଧା ପାଇଁ ପୃଥକ ଭାବରେ ଚେଞ୍ଜିଙ୍ଗ ରୁମ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି l
ବର୍ତ୍ତମାନ ପରିପେକ୍ଷି ରେ ଖେଳ ପ୍ରତି ଶିଶୁ, ଯୁବକ ଠାରୁ ବୟସ୍କ ଯାଏ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ବେଳେ, ସରକାର ମଧ୍ୟ ଖେଳ ଓ ଖେଳାଳି ଙ୍କର ପ୍ରୋତ୍ସାହନ ପ୍ରତି ଅଗ୍ରାଧିକାର ଦେବାକୁ ସଂଯୋଜକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ସ୍ମାରକ ପତ୍ର ରେ ନିବେଦନ ଜଣାଇଛନ୍ତିl