Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟ ଅଭିଯୁକ୍ତ କୁ ଗିରଫ ଦାବିରେ ଚଡେଇପଙ୍କ ଗ୍ରାମବାସୀ ଙ୍କ ଉଲୁଣ୍ଡା ଥାନା ଘେରାଉ

ଉଲୁଣ୍ଡା : (ସୌମିତ୍ରି ମେହେର) ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଗ୍ରାମବାସୀ ବୁଧବାର ଅପରାହ୍ନ ପ୍ରାୟ 4ଟା 30 ମିନିଟ ସମୟରେ ଥାନା ଘେରାଉ କରିଛନ୍ତି l ଅଭିଯୋଗ ଅନୁସାରେ ଗତ 8 ତାରିଖ ଦିନ ରାତ୍ରି ପ୍ରାୟ 9ଟା 30ମିନିଟ ସମୟରେ ଗ୍ରାମର ଅଶ୍ଵିନୀ ପାଣ୍ଡେ , ମହେନ୍ଦ୍ର ସେଠୀ ଏବଂ ସୁଜିତ୍ ବଢେଇ ଗିରିଧାରୀ ପାଣ୍ଡେଙ୍କୁ ଘରୁ ଡାକି ନେଇ ଚଡେଇପଙ୍କ ବାବାମଠ ଛକ ନିକଟରେ ନିସ୍ତୁକ ମାଡ଼ ମାରିଥିଲେ l ଫଳରେ କାନ ଛିଣ୍ଡି ଯିବା ଶହ ଆଖିରେ ଗଭୀର ଆଘାତ ଲାଗିଛି l ସେହି ସମୟରେ ତାଙ୍କ ବଡ଼ ଭାଇ ଘଟଣା ସ୍ଥଳରେ ପହଞ୍ଚି ଗିରିଧାରୀକୁ ଉଦ୍ଧାର କରିଥିଲେ l ଘଟଣା ସମ୍ପର୍କରେ ଗିରିଧାରୀ ଗତ 9 ତାରିଖ ଦିନ ଉଲୁଣ୍ଡା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା 163/24 ରୁଜୁ କରିବା ସହ ଥାନା ପକ୍ଷରୁ ମହେନ୍ଦ୍ର ସେଠୀ ଏବଂ ସୁଜିତ୍ ବଢେଇଙ୍କୁ ନୋଟିସ ଜାରି କରାଯାଇଥିଲା l ସେହି ଅନୁସାରେ ଜଣେ ବ୍ୟକ୍ତି ଏକ କାରରେ ସଂପୃକ୍ତ ବ୍ୟକ୍ତିଙ୍କ ଭିତରୁ ଜଣକୁ ଆଣି ଥାନାରେ ଛାଡ଼ି ଦେଇ କାର ଛାଡ଼ି ଦେଇ ଫେରାର ମାରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଥାନା ପଛ ପଟରୁ ଥାନା ଭିତରକୁ ପ୍ରବେଶ କରିଥିଲେ l ଏହି ଘଟଣା ଜଣାପଡିବା ପରେ ଚଡେଇପଙ୍କ ଗ୍ରାମବାସୀଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଅଶ୍ଵିନୀ ପାଣ୍ଡେଙ୍କୁ ଗିରଫ ଦାବି କରିବା ସହିତ ଥାନା ଘେରାଉ କରିଥିଲେ l