Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ପୂଜା ଉପଲକ୍ଷେ ଧୋବାବାହାଲୀ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ନିକଟସ୍ଥ ଧୋବାବାହାଲୀ ଗ୍ରାମ ଠାରେ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଗତକାଲି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଯୋଗ ଦେଇ ଗ୍ରାମବାସୀଙ୍କୁ ଉଦବୋଧନ ଦେବା ସହ ସବୁ ସଫଳତାର ଗୋଟେ ଚାବିକାଠି ହେଉଛି ଆଧ୍ୟାତ୍ମିକତା ବଜାଇ ରଖିବା ସହ ଭଗବାନଙ୍କ ଶରଣ ରେ ରହିବା ପାଇଁ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପରାୟଣ ଗାଇକା ଅଳକା ନନ୍ଦ ଦାସ ଯୋଗ ଦେଇଥିଲେ। ପରେ ପାରାୟଣ ଗାଇକା ମୋନାଲି ମହାପାତ୍ରଙ୍କ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ତେଵେ ଧୋବାବାହାଲୀ ପୂଜା କମିଟି ପକ୍ଷରୁ ଗୋପାଳ ଚନ୍ଦ୍ର ସା ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ସା କର୍ତ୍ତାଭାବେ ଦାଇତ୍ଵ ତୁଲାଇ ଥିବା ବେଳେ ସମସ୍ତ ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ବିଶେଷ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ