Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାସ୍ଥ୍ୟସେବାରେ ଜନତାଙ୍କ ସହଭାଗିତା ନେଇ ବୈଠକ

ବ୍ରହ୍ମପୁର:ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଆଗାମୀ ଦିନରେ କିପରି ଯୋଗାଇ ଦିଆଯାଇପାରିବ ଉନ୍ନତ ମାନର ସ୍ବାସ୍ଥ୍ୟସେବା । ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେରେ କିଭଳି ରହିବ ସ୍ବେଚ୍ଛାସେବୀ, ବୁଦ୍ଧିଜୀବିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଏବଂ ସାଧାରଣ ଜନତାଙ୍କ ସହଭାଗିତା ସେ ନେଇ ଆୟୋଜିତ ହୋଇଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସହିତ ଆଲୋଚନା । ବ୍ରହ୍ମପୁର ସହରରେ ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଆଇ.ଇ.ସି କକ୍ଷ ପରିସରର ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସହରର ପୁରାତନ ଅନୁଷ୍ଠାନ ମହାନ ସଙ୍ଘ ପକ୍ଷରୁ କରାଯାଇଥିବା ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି ।
ମହାନ୍ ସଂଘ ର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପାଢ଼ୀ, ବିଶିଷ୍ଟ ସମାଜସେବୀ ଇ.ଟି.ରାଓ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସେବା ନିମନ୍ତେ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଉପକରଣ ସମେତ ରହିଥିବା ଭିତ୍ତିଭୂମି ଓ ମାନବସମ୍ୱଳ କୁ ବ୍ୟବହାର କରି କିପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ସାଧାରଣ ଜନତା ପାଇପାରିବେ ସେ ସମ୍ପର୍କରେ ବିସ୍ତୁତ ଭାବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ସେମାନଙ୍କର ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏଥିରେ ଦକ୍ଷିଣ ଓଡିଶାବାସୀ ଅଧିକ ନିର୍ଭର କରୁଥିବା ରେଫରାଲ୍ ହସପିଟାଲ ଏମ୍.କେ.ସି.ଜି ଉପରେ କେବଳ ଅତ୍ୟାଧିକ ଚାପ ନପଡିବା ପାଇଁ ଜିଲ୍ଲା ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ କିପରି ଏମ୍.କେ.ସି.ଜି ରେ ମିଳୁଥିବା ଅନୁରୂପ ସ୍ୱାସ୍ଥସେବା ଯୋଗାଇ ଦିଆଯିବ ଏବଂ ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ର ଠାରୁ ଆରମ୍ଭ କରି ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେବା ଯୋଗାଇ ଦିଆଯାଇପାରିବ ସେ ନେଇ ଉଦ୍ୟମ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ପ୍ରତେକ ସପ୍ତାହର ଶେଷ ଦିନ କିମ୍ୱା ମାସର ଶେଷ ଦିନରେ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ରହୁଥିବା ହୃଦରୋଗ , କର୍କଟ ରୋଗ ଭଳି ରୋଗ ଚିହ୍ନଟ କରୁଥିବା ବରିଷ୍ଠ ଡାକ୍ତର ମାନଙ୍କୁ ନେଇ ଉପଖଣ୍ଡ , ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ଶିବିର କରାଗଲେ ସାଧାରଣ ଜନତା ଅଧିକ ମାତ୍ରାରେ ସରକାରୀ ଚିକିତ୍ସାଳୟ ପ୍ରତି ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତପ୍ରକାଶ ପାଇଥିଲା । ଏଥିରେ ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ , ଦେଶର ସର୍ବକନିଷ୍ଠା ସରପଞ୍ଚ ଆରତୀ ଦେବୀ , ଗଞ୍ଜାମ ଚାମ୍ପର ଅଫ୍ କର୍ମସ ର ସମପାଦକ ଭି.ସନ୍ତୋଷ କୁମାର , ଭାଲଚନ୍ଦ୍ର ଷଡଙ୍ଗୀ ,ବି.କେ.ହୃଷିକେଶ ସାହୁ , କେ.ନନ୍ଦେଶୁ ସେନାପତି , ନମିତା ରାଣୀ ରାଉତ , ରାମେଶ୍ୱରୀ ନନ୍ଦ , ପୁଷ୍ପାଞ୍ଜଳୀ ମହାପାତ୍ର , ଡା.ଏସ୍.ମୋହନ ରାଓ,ବି.ବୁଚି ବାବୁ , ପ୍ରତାପ ଚନ୍ଦ୍ର ପ୍ରଧାନ, ସସ୍ମିତା ମହାନ୍ତି, ପ୍ରଣବ ପଣ୍ଡା, ଭଳି ବହୁ ବ୍ୟକ୍ତିବିଶେଷ ନିଜ ନିଜର ମତାମତା ପ୍ରଦାନ କରିଥିଲେ ।
ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ସାମାଜିକ ଅନୁଷ୍ଠାନର ମୁଖ୍ୟଙ୍କ ମତ ଲୋଡିବା ପରେ ସମସ୍ତେ ନିଜ ନିଜର ସ୍ୱାସ୍ଥପ୍ରତି ଯତ୍ନବାନ ହେବା ସହିତ ରୋଗ ମୁକ୍ତ ରହିବେ ସେ ନେଇ ଉଦ୍ୟମ କରିବା ସହିତ ନିଜର ପରିବେଶ ପ୍ରତି ନିଜେ କିପରି ସଚେତନତା ରହିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସାରା ଦେଶରେ ଅଧିକ ଶିକ୍ଷିତ ବ୍ୟକ୍ତିବିଶେଷ ରହୁଥିବା ସ୍ଥାନରେ ଡେଙ୍ଗୁ ଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତେ ଏହାକୁ ନେଇ ସଚେତନତା ହେବାର ଆବଶ୍ୟକତା ରହିଥିବା କହିଛନ୍ତି । ଏପରିକି ବିଦେଶରେ କେବଳ ଉତ୍ତମ ଜଳବାୟୁ, ଖାଦ୍ୟ, ପାନୀୟ କୁ ଗୁରୁତ୍ୱ ଦିଆଯାଉଥିବା ଯୋଗୁଁ ଆମେ ମଧ୍ୟ ସେଭଳି ଉଦ୍ୟମ କରିବାର ଆବଶ୍ୟକତା ରହିଥିବା ବେଳେ ପ୍ରତି ତିନି ମାସରେ ଏହିପରି ବୈଠକ କରାଯାଇ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଅଣାଯାଇପାରିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ସେହିପରି ବ୍ରହ୍ମପୁରର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସ୍ୱାସ୍ଥସେବା ଯୋଗାଇବା , ସ୍କୁଲ, କଲେଜରେ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଜରିଆରେ ଏଠାରେ ମିଳୁଥିବା ସ୍ବାସ୍ଥ୍ୟ ସେବାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ବୁଦ୍ଧିଜୀବୀମାନେ ପ୍ରସ୍ତାବ ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭିଷ୍ମାଚାର୍ଯ୍ୟ ଚୈଧୁରୀ , କେ.ଳକ୍ଷ୍ମଣ ରାଓ , ଶ୍ରୀମତୀ ଅଭିଷିକ୍ତ। ସାମନ୍ତରା, ବଳରାମ ପଣ୍ଡା , , ସୁନିଲ କୁମାର ପ୍ରଧାନ , ରାକେଶ ସିଂ ଦେଓ , ଗୋକୁଳ ଚନ୍ଦ୍ର ଦାଶ , ବୃନ୍ଦାବନ ପଣ୍ଡା , ମନୋଜ କୁମାର ମହାପାତ୍ର , ସନ୍ତୋଷିନୀ ବେହେରା , ଅଳକା ସାହୁ, ଏମ୍.ବିଦ୍ୟାସାଗର , ଭି.ରାମାନୁଜ , ନାରାୟଣ ମହାଙ୍କୁଡଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିବା ବେଳେ ବ୍ରହ୍ମପୁର ପ୍ରେସ କ୍ଲବର ପୂର୍ବତନ ସଭାପତି ଗୋପାଳ ପଟ୍ଟନାୟକ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ