Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକଙ୍କ ସାଧାରଣ ବୈଠକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଆଜି ରବିବାର ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଗୋକୁଲା ନନ୍ଦ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଆଉ ମନୋରଞ୍ଜନ ଦାଶ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଲୋଚନା ମାଧ୍ୟମରେ ମୁଖ୍ୟତଃ ପରିଚୟ ପତ୍ର ପାଇନଥିବା ବରିଷ୍ଠ ନାଗରିକ ମାନେ କିପରି କାର୍ଡ ପାଇ ପାରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଗଲା, ଉଭୟ ଜମନକିରା ଏବଂ ଫାଶିମାଲ ଡାକ୍ତରଖାନା ର ଡାକ୍ତର ସମସ୍ୟା, ଷ୍ଟାଫ ସମସ୍ୟା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଚକୁଲିଆବହାଲ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବା ଯୋଗୁଁ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି, ସେ ଦିଗରେ ପଦକ୍ଷେପ ନେବା ପାଇଁ ଥାନା ଅଧିକାରୀ ଙ୍କୁ କୁହା ଯାଇଥିଲା, ଜମନକିରା ବ୍ଲକ ସଦର ମହକୁମା ଠାରେ ଏକ ବରିଷ୍ଠ ନାଗରିକ ଭବନ ନିର୍ମାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା, ବଡରମା ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ରାସ୍ତା ଛକ ଗୁଡିକରେ ବନ ବିଭାଗ ପକ୍ଷରୁ ସୋଲାର ଲାଇଟ୍ ଲଗେଇବା ଆଦି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ କିଶୋର ମହାପାତ୍ର, ଦିଲୀପ ପଟେଲ, ରାମ ଚନ୍ଦ୍ର ଦେହୁରୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। କମିଟିର ଉପସଭାପତି ରବିନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ସାଲେକରାମ ପଧାନ, ଉଦୟନାଥ ପଟ୍ଟନାୟକ, ଦୁର୍ଗା ସେନାପତି, ହରିଶଙ୍କର ନାଏକ, ଉମା ଅର୍କ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ