Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରଏସଏସ ପକ୍ଷରୁ ନିଶୁକ୍ଳ ଚିକିତ୍ସା ଶିବିର

ସମ୍ବଲପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭୀମଭୋଇ ତରୁଣ ବ୍ୟବସାୟୀ ଶାଖାର ସ୍ବୟଂ ସେବକ ମାନଙ୍କ ପକ୍ଷରୁ ସ୍ଥାନୀୟ ବୁଢ଼ାରଜା ଦାନିପାଲି ମୁଣ୍ଡାପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଡାକ୍ତର ପ୍ରଭାସ କୁମାର ଦେବତା ମୁଖ୍ୟଅତିଥି, ଡାକ୍ତର ସଂଜୀବ କୁମାର ମିଶ୍ର ଓ ବୁଲୁ ବିଶ୍ଵାଳ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ।
ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣତୀ ପ୍ରଧାନ, ଭିମସାର ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଞ୍ଜୀବ କୁମାର ମିଶ୍ର, ଡାକ୍ତର ରଞ୍ଜନ କୁମାର କୁଜୁର ( ସାମାଜିକ ଭେଷଜ ବିଜ୍ଞାନ) , ଡାକ୍ତର ବିରଞ୍ଚି ନାୟକ,, ଏଵଂ ଡାକ୍ତର ନବନୀତ ଦାଶ ଏହି ଶିବିରରେ ଯୋଗଦାନ କରି ଶତାଧିକ ଗରୀବ ରୋଗୀ ମାନଙ୍କୁ ନିଶୁକ୍ଳ ପରୀକ୍ଷା, ଚିକିତ୍ସା, ପରାମର୍ଶ ଦେବା ସହ ଔଷଧ ପ୍ରଦାନ କରିଥିଲେ।
ସମାଜସେବୀ କାର୍ତ୍ତିକ ପ୍ରାସାଦ ବହିଦାର, ବିଜେପି ଜିଲ୍ଲା ସଧାରଣ ସମ୍ପାଦକ ଅନିଲ କୁମାର ବେହେରା, ବିବେକାନନ୍ଦ ଦାଶ, ସୁରଥ କୁମାର ଭୋଇ,ହରୀହରି ପାଲ, ଆକାଶ କୁମାର ପାଢ଼ୀ, ଆଶୁତୋଷ ପଣ୍ଡା, ଭାସ୍କର ଚନ୍ଦ୍ର ମାର୍ଥା, ସତ୍ୟବ୍ରତ କର୍ଣ୍ଣ, ବିନୟ ସୋନି,ବ୍ୟୋମକେଶ ସାହୁ, ବିଜୟ କୁମାର ତିୱାରୀ, ସୁଶିଲ କୁମାର ସାହୁ , ରୁଦ୍ର ନାରାୟଣ କର୍ଣ୍ଣ, ରଜବିର ସିଂ, ଧିରେନ ମେହେର, ଆନନ୍ଦ ଅଗ୍ରୱାଲ ଶିବିର ପରିଚଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ