Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୋର୍ ପାଦେ ଜୁହାର ଜନନୀ: ଭକ୍ତିରେ ଭରିଲା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ

ସମ୍ବଲପୁର:ମା ସମଲେଶ୍ୱରୀଙ୍କ ମହିମା ଓ ଭକ୍ତି ସଙ୍ଗୀତର ସ୍ୱରରେ ରବିବାର ସନ୍ଧ୍ୟାରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଭକ୍ତିମୟ ପରିବେଶରେ ଭରିଯାଇଥିଲା। ସହସ୍ରାଧିକ ଭକ୍ତମାନେ ସଙ୍ଗୀତ ଓ ଭଜନର ଲୟରେ ମା’ଙ୍କ ମହିମାରେ ଲୀନ ହୋଇଥିଲେ।
ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଭଜନ ସନ୍ଧ୍ୟାରେ ସମ୍ବଲପୁରର ପ୍ରସିଦ୍ଧ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। ତୋର୍ ପାଦେ ଜୁହାର ଜନନୀ, ଶଙ୍ଖ ବାଜୁଥାଉ ଘଣ୍ଟ ବାଜୁଥାଉ, ମା ମହାମାୟୀ ଗୋ ମାଗୁଛେଁ, ସମକୁ ରଖବୁ ତୋର ଆଦି ଗୀତ ପରିବେଷଣ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା। ଦୁର୍ଗା ଦାଶଙ୍କ ସଂଯୋଜନା ରେ ପଙ୍କଜ ଜୟପୁରିଆ, ଅଶୋକ ପଟ୍ଟନାୟକ, ଚିନ୍ମୟୀ ସାହୁ, ରବିନ୍ଦ୍ର ପଣ୍ଡା, ସୁସ୍ମିତା ବେହେରା, ଅର୍ପିତା ମିଶ୍ର ଏବଂ ପରାଶକ୍ତି ସୁଭଦ୍ରିକା ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଛନ୍ତି। ବାଦ୍ୟ ଯନ୍ତ୍ର ଓ ଅନ୍ୟ ସଙ୍ଗୀତ ଉପକରଣ ରେ ଗୁରୁ ଶଙ୍କର ପ୍ରସାଦ ପ୍ରଧାନ, ଗୁରୁ ରଞ୍ଜନ ସାହୁ, କୃଷ୍ଣ ଚରଣ ବାଗ୍, ମହେଶ କୁମାର ପଟେଲ୍, ସୁମିତ ପ୍ରଧାନ, ଦିବାକର ମହାନନ୍ଦ, ରଞ୍ଜନ ପଟ୍ଟନାୟକ, ଦଶରଥ ମେହେର, ଦେବାଶିଷ ପାଢ଼ୀ, ସୁରେନ୍ଦ୍ର ଖଟେଇ ପ୍ରମୁଖ ସହଯୋଗ କରିଥିଲେ।

ଏହି ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର, ଦେବ କୁମାର ଆଜମେରିଆ, ସନ୍ତୋଷ ପୃଷେଠ ତଥା ରତନ କୁମାର ପୂଜାରୀ, ଡ. ଶ୍ୟାମ ସୁନ୍ଦର ଧର ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ଯେ ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ରବିବାର ସନ୍ଧ୍ୟାରେ ଏହିପରି ‘ଭଜନ ସନ୍ଧ୍ୟା’ ଆୟୋଜନ ନିୟମିତ ଭାବରେ କରାଯିବ।
ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କ ସହଭାଗିତାରେ ଏହି ପ୍ରୟାସ ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଭକ୍ତମାନେ ଆଶା ବ୍ୟକ୍ତ କରିଛନ୍ତି।ଉପସ୍ଥିତ ଭକ୍ତମାନେ କହିଥିଲେ
“ଏପରି ଆୟୋଜନମାନେ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ଯୁବପିଢ଼ୀଙ୍କୁ ସଙ୍ଗୀତ ଓ ଭକ୍ତି ପ୍ରତି ଆକର୍ଷିତ କରିବ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ