Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାର-ଟ୍ରଲର ମୁହାଁମୁହିଁ ଧକ୍କା, ଜଣେ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କଲୁଙ୍ଗା ରାସ୍ତାରେ ଭୟଙ୍କର ଦୁର୍ଘଟଣା । କାର ସହ ପିଟି ହେଲା ଟ୍ରଲର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ସେ ଚୂରମାର ହୋଇଗଲା କାର । ଟ୍ରଲର ମଧ୍ୟ ବ୍ୟାପକ କ୍ଷତି ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କାର ଚାଳକ ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ସ୍ଥାନ ଲୋକେ କଲୁଙ୍ଗା ରାସ୍ତା ଅବରୋଧ କରି ବସିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଚିଡ଼ା ହୋଇଛନ୍ତି ।

ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇବାକୁ ଚେଷ୍ଟା କରୁଛି ।