Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ବରୀ ମହାବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର:ଆଜି ସ୍ଥାନୀୟ ମା’ ଝାଡେଶ୍ବରୀ ମହାବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିକ୍ଷାବିତ ପ୍ରଫେସର କାମଦେବ ସାହୁ କହିଥିଲେ ଯେ,ଆଜିର ଏହି ଅତ୍ୟାଧୁନିକ ଯୁଗରେ ଶିକ୍ଷାର୍ଥୀମାନଙ୍କ ହାତରେ ପୁସ୍ତକ ଅପେକ୍ଷା ମୋବାଇଲ ଶୋଭା ପାଉଛି। ଆଜି ଗୁଗୁଲ ବାବା ଶିକ୍ଷାର୍ଥୀଙ୍କୁ ପାଠାଗାରରୁ ଦୂରେଇ ନେଇଛି। ଯେତେବେଳେକି କୌଣସି ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ଯକୁ ଉଚିତ ଭାବରେ ସାଧିତ କରିବାକୁ ହେଲେ ସେହି ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ପାଠାଗାର ବ୍ୟବହାର କରିବା ଉଚିତ। ଆଜିର ନୂତନ ପୀଢୀ ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ମଣିଷର ଆନ୍ତରିକ ସୌହାର୍ଦ୍ୟକୁ ଉପଭୋଗ କରିବା ଭୁଲିଗଲେଣି।ବିନା ପରିଶ୍ରମରେ ମଣିଷ ଉନ୍ନତି କରି ପାରେନାହିଁ। କୌଣସି କ୍ଷେତ୍ରରେ ପ୍ରତାରିତ ହେଲେ ଭାଙ୍ଗି ନପଡି ସେହି ପ୍ରତାରଣାକୁ ନିଜ ଜୀବନ ନିର୍ମାଣ ପାଇଁ ପ୍ରେରଣା ମନେକରି ଆଗକୁ ବଢିବାକୁ ହେବ ଓ ପରିଶ୍ରମ କରିବାକୁ ପଡିବ ବୋଲି ସେ ମେଡମ କ୍ୟୁରି ଓ କଲମ୍ବସଙ୍କ ଦୃଷ୍ଟାନ୍ତ ଦେଇ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ପରିଚାଳନା ପରିଷଦର ସଭାପତି ଦିଲୀପ କୁମାର ମହାପାତ୍ର,ଉପସଭାପତି ପରମାନନ୍ଦ ସିଟ,ସମ୍ପାଦକ ରବିନ୍ଦ୍ର ପୃଷ୍ଟିଙ୍କ ସମେତ ତ୍ରିବିକ୍ରମ ମିର୍ଦ୍ଧା,ରମେଶ ପଧାନ,ନରେଶ ଚନ୍ଦ୍ର ସେଠ,ଗୋପୀରଂଜନ ବେହେରା,ଶଙ୍କର ପ୍ରସାଦ ଅଗ୍ରୱାଲ,ଦୂର୍ଯ୍ୟୋଧନ ସେଠ ଯୋଗଦେଇ ଶୁଭକାମନା ଜ୍ଞାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।ଯୁକ୍ତତିନ ସ୍ରୋତର ସଭାପତି ଲଳିତ ମୋହନ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଧମା ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସ୍ଥାପିତ ଏହି ଅନୁଷ୍ଠାନ ବହୁମାତ୍ରାରେ ଉଦ୍ଦେଶ୍ଯ ଚରିତାର୍ଥ କରି ଆସିଛି। ଆଜି ଏହି ମହାବିଦ୍ୟାଳୟ ଯେଉଁ ସ୍ତରରେ ଅଛି ଏହା ପଛରେ ଅଞ୍ଚଳର ଶିକ୍ଷାପ୍ରେମି ବୁଦ୍ଧିଜୀବୀମାନଙ୍କ ସହଯୋଗ ଅବଶ୍ୟ ରହିଛି। ଯୁକ୍ତତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଏକ ସ୍ୱରଚିତ କବିତା ଆବୃତି କରି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଅଧ୍ୟାପିକା ମିନତି ଦାଶ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ। ଅଧ୍ୟାପକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁରଙ୍କ ସଂଯୋଜନାରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭା ପୂର୍ବରୁ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା ପରିଷଦର ସଭାପତି ସ୍ୱର୍ଗୀୟ ସୁରଂଜନ ମହାପାତ୍ରଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପକ ସତ୍ୟନାରାୟଣ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ଅଧ୍ୟାପକ ସଂସାର ପଧାନ ଅଧ୍ୟାପିକା ସୁଦିପ୍ତା ଦାଶ,ସ୍ମାରକୀ ମାହାର,ସ୍ୱାତୀ ପତିଙ୍କ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା,ଅଧ୍ୟାପିକା ସୁଦିପ୍ତା ଦାଶ,ସ୍ମାରକୀ ମାହାର,ସ୍ୱାତୀ ପତି ଏଥରେ ସହଯୋଗ କରିଥିଲେ।ବିତରଣୀ କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲେ। ଛାତ୍ରୀ ସେଲିନା ମହାପାତ୍ର ଶ୍ରୀମଦ୍ ଭାଗବତ ଗୀତାର ଶ୍ଲୋକ ପାଠ କରିଥିଲେ।ଶେଷରେ ଅଧ୍ୟାପକ ରବିଶଙ୍କର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ