Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ୮ ଦଫା ଦାବି ନେଇ ଗର୍ଜିଲେ ନିର୍ମାଣ ଶ୍ରମିକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ର ହଜାର ହଜାର ନିର୍ମାଣ ଶ୍ରମିକ ଆଜି ଏକ ବିଶାଳ ରାଲିରେ ନଗର ପରିକ୍ରମା ସହ ତାଙ୍କର ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲା ର ପଞ୍ଜିକୃତ ଶ୍ରମିକ ମାନଙ୍କୁ କାମର ଗ୍ୟାରେଣ୍ଟି ପ୍ରଦାନ ସହ ତାଙ୍କୁ ସାମାଜିକ ସୁରକ୍ଷା, ଅଣ ପଞ୍ଜିକୃତ ଅନୁପ୍ରବେଶକାରୀ ଶ୍ରମିକ ମାନଙ୍କୁ ଚିହ୍ନଟ କରି ନିର୍ମାଣ କାମରେ ସେମାନଙ୍କୁ ନିୟୋଜିତ ନକରିବା ଓ ସେମାନଙ୍କ ଦଖଲରେ ଥିବା ସରକାରୀ ଜମିରୁ ସେମାନଙ୍କୁ ବେଦଖଲ କରିବା ତଥା ଶିଶୁ ଶ୍ରମିକମାନଙ୍କୁ ନିର୍ମାଣ କାମରେ ନିୟୋଜିତ କରୁଥିବା ସମସ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅଣ ପଞ୍ଜିକୃତ ଠିକାଦାରଙ୍କୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ତଥା ପଞ୍ଜିକୃତ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ଠିକ୍ ସମୟରେ ପ୍ରଦାନ କରିବା ପ୍ରଭୃତି ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା ର ସମସ୍ତ ୬ଟି ବ୍ଲକରୁ ହଜାର ହଜାର ନିର୍ମାଣ ଶ୍ରମିକ ଆଜି ସ୍ଥାନୀୟ ରୟାଲ ପଡ଼ିଆରୁ ଏକ ବିଶାଳ ରାଲିରେ ନଗର ପରିକ୍ରମା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଏ ସମୟରେ କିଛି ସମୟ ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ଲୋକାରଣ୍ୟ ହେବା ସହ ଆନ୍ଦୋଳନକାରୀ ଉକ୍ତ ରାସ୍ତା ଉପରେ ବସି ରହିବା ଯୋଗୁଁ କିଛି ସମୟଧରି ଉକ୍ତ ରାସ୍ତା ଅବରୋଧ ରହିଥିଲା । ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ସେମାନେ ଏସପି ଙ୍କ କାର୍ଯ୍ୟାଳୟ ଓ ଶ୍ରମ କମିଶନରଙ୍କୁ ଭେଟି ତାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଏହି ବିକ୍ଷୋଭ ସମାବେଶରେ ଶ୍ରମିକ ନେତା ଗୋବିନ୍ଦ ମହାରଣା, କୃଷ୍ଣ ଚନ୍ଦ୍ର କମ୍ପ, ବୈକୁଣ୍ଠ ଶତପଥୀ, ନାରାୟଣ ଛନ୍ଦ, ଅମରେଶ ଦଳେଇ, ବୈଦ୍ୟନାଥ ବାରିକ, ବୀରବର ଦେହେରୀ, ଆଶାରାମ ସାହୁ, ଖାଡି ଭୁଏ, ଉଗ୍ରସେନ ମଲ୍ଲିକ, ଶିବ ମହାରଣା, ଗୋପିନାଥ ନାଗ, ଦ୍ଵାରିକା ବେହେରା, ବସନ୍ତ କୁମାର ସାଲମା, ଲଛମନ୍ ମେର୍ଲି, ମନୋଜ ରଣା, ନରୋତ୍ତମ ଚାଉଳିଆ ଓ ମୋହନ ଭୋଇ, ଲକ୍ଷ୍ମୀନ୍ଦ୍ର ମଲ୍ଲିକ, ପ୍ରଦୀପ ଶଙ୍ଖୁଆ, ଲିଙ୍ଗ ପ୍ରଧାନ ପ୍ରମୁଖ ଜିଲ୍ଲା ର ଶ୍ରମିକ ନେତା ନେତୃତ୍ୱ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ