Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାତ୍ୟା ମୁକାବିଲା ନେଇ ଆଜି ବସିବ ବୈଠକ

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ହେଲେଣି ସରକାର। ଆଜି ବସିବ ପ୍ରସ୍ତୁତି ବୈଠକ । ଦିନ ସାଢେ ୧୦ ଟାରେ ଲୋକସେବା ଭବନରେ ଏହି ବୈଠକ ବସିବ। ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ଭିତରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷ ହେବ ଗ୍ରୀଷ୍ମକାଳୀନ ବାତ୍ୟା ଲୋକଙ୍କୁ ଭୟଭୀତ କରିଛି। ଫନୀ, ୟଶ ଓ ଅମ୍ପନ ପରି ବାତ୍ୟା ମେ ମାସ ଅର୍ଥାତ୍‌ ଖରା ଦିନେ ତାଣ୍ଡବ ସୃଷ୍ଟି କରିଥିଲା ।

ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ଏ ନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲଟିକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ।