ଜାତୀୟ ସଂହତି ଓ ସୁରକ୍ଷା ନେଇ ୧୫ରେ ଆଲୋଚନା


ସମ୍ବଲପୁର: ଜାତୀୟ ସଂହତି ଓ ସୁରକ୍ଷା ନେଇ ରବିବାର ସନ୍ଧ୍ୟା ୫ଟାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଗଙ୍ଗାଧର ଅଡିଟୋରିୟମରେ ୨ଟି ବିଷୟକୁ ନେଇ ବିଶେଷ ଆଲୋଚନା ରହିଛି। ସଂସ୍କୃତି ସୁରକ୍ଷା ଓ ନାରୀଶକ୍ତିର ଭୂମିକା ନେଇ ଗୁଜୁରାଟର ଶ୍ରୀମତୀ କାଜଲ ହିନ୍ଦୁସ୍ତାନୀ ଓ ଭାରତୀୟ ଯୁବା ପିଢୀ :ଭବିଷ୍ୟତର ସଙ୍କଟ ଓ ସମାଧାନ ବିଷୟ ନେଇ ଉତ୍ତରପ୍ରଦେଶ ର ଗୌତମ ଖଟ୍ଟର ସାର ଗର୍ଭକ ଆଲୋଚନା କରିବେ। ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ, ସନାତନ ସୁରକ୍ଷା ମଞ୍ଚ ଓ ହିନ୍ଦୁତ୍ୱ ଅଭିଯାନ ପକ୍ଷରୁ ଏହା ଆୟୋଜନ କରାଯାଇଛି।ଏଥିରେ ଗୁଣି ଜ୍ଞାନୀ ମାନେ ଯୋଗଦେବାକୁ ଡ଼ା. ପୁରୁଷୋତ୍ତମ ଅଗ୍ରୱାଲ ଅନୁଗ୍ରହ ପୂର୍ବକ ଅନୁରୋଧ ଜଣାଇଛନ୍ତି।