Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜ ପାଇଁ ବାର୍ତ୍ତା :ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଭିସିଙ୍କ ନିଆରା ଜନ୍ମ ଦିନ

ସମ୍ବଲପୁର: ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଠାରେ କମ୍ପାନୀ ର ଭାଇସ୍ ଚେୟାରମ୍ୟାନ୍ ଓ ମୈନେଜିଂଗ ଡାଇରେକ୍ଟର ଶ୍ରୀ ବ୍ରିଜଭୁଷଣ ଅଗ୍ରୱାଲ ଙ୍କ ଜନ୍ମ ଦିନରେ ସାମାଜିକ କାର୍ଯ୍ୟ ର ନିଦର୍ଶନ ଦେଖିବାକୁ ମିଳିଛି।ରକ୍ତ ଦାନ, ଚାରା ରୋପଣ ଓ ଅନାଥ ପିଲାଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କରାଯାଇ ସମାଜକୁ ଏକ ବାର୍ତ୍ତା ଦିଆଯାଇଛି। ଏହି ଅବସରରେ କାରଖାନା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ରେ ମୋଟ ୮୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ତା ସହ ନିଶାନଭଙ୍ଗା, ପଣ୍ଡଲୋଇ ଏବଂ କାଳିଆପଡା ଠାରେ ୧୧ ଶହ ଫଳ ବୃକ୍ଷ ଚାରା ବଣ୍ଟନ କରିବା ସହ କାରଖାନା ପରିସରରେ ୧୧ ଶହ ବୃକ୍ଷ ରୋପଣ କରାଯାଇଥିଲା। ଏପରିକି ନିକଟସ୍ଥ ବୃଦ୍ଧାଶ୍ରମ, ଅନାଥାଶ୍ରମ ଅନ୍ତେବାସୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଜନ୍ମ ଦିବସ ପାଳନ କରାଯାଇ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଏକ ପ୍ରୟାସ କରି ଦୀର୍ଘ ଦିନ ପରେ ସମାଜ ପାଇଁ ନିଜର ଦାୟିତ୍ୱକୁ ପ୍ରତିଫଳିତ କରିବାରେ ସଫଳ ହୋଇଛି। ଏହି ନିଆରା ଜନ୍ମ ଦିନ ପାଳନକୁ ସବୁ ମହଳରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ