Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଆଞ୍ଚଲିକ୍ ନୂଆଁଖାଇ ଭେଟଘାଟ ଜିଇଁ ଥିଲେ ବର୍ଷେ ଶୁଭାରମ୍ଭ

ସମ୍ବଲପୁର: ଧନୁପାଲି ଆଞ୍ଚଲିକ୍ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜିଇଁଥିଲେ ବର୍ଷେ ଆଜି ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ନିର୍ଦ୍ଧାରିତ ସମୟରେ ଶୁଭାରମ୍ଭ ହୋଇଯାଇଛି।
ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆଜି ଦିନ ୧୦ ଟାରେ ମଞ୍ଚ ପୂଜା ହୋଇ ୧୦ଟା ୩୦ରେ ନାଚ ପ୍ରତିଯୋଗିତା ଓ କେନଭାସ ପେଣ୍ଟିଂ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ଧନୁପାଲି ସ୍ଥିତ ତୁରିପଡା ଦୟାନନ୍ଦ ପବ୍ଲିକ ସ୍କୁଲ ଠାରେହେବା ସହ
ଅପରାହ୍ନ ୪ ଟାରେ ଆରମ୍ଭ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁରୀ ବସ୍ତ୍ର ପରିଧାନ ପ୍ରତିଯୋଗିତା ହୋଇ ଯାଇଛି। ଦୁଇ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆସନ୍ତା କାଲି ବହୁ ବରେଣ୍ୟ ଅତିଥି ଯୋଗ ଦେବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଉତ୍ସବରେ ରାଜେନ୍ଦ୍ର କୁମାର ପଣ୍ଡା, ସଂଜିତ ମହାନ୍ତି ପ୍ରମୁଖ ବହୁ ଅତିଥି ଯୋଗଦେଇଥିଲେ।
ଏହାକୁ ସଂଯୋଜକ ଦେବାଶିଷ ପୁରୋହିତ, ସହ ସଂଯୋଜକ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ସହ ସମ୍ପାଦକ ସୁରଜ କୁମାର ଗୁରୁ, ସହ କୋଷାଧ୍ୟକ୍ଷ ଚୈତନ୍ୟ ନାୟକ, ମିଡ଼ିଆ ସଂଯୋଜକ ସଞ୍ଜୀବ ପାଣଗ୍ରାହୀ, ଓ ଉମାଶିସ୍ ବାଗ୍ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପରିଚଳନା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ